Spread the love

ନୁଆଦିଲ୍ଲୀ: କରୋନା ଜନିତ ଲକଡାଉନରେ ସମସ୍ତେ ଅଳ୍ପେବହୁତେ କ୍ଷତିଗ୍ରସ୍ତ ହୋଇଛନ୍ତି । ମାତ୍ର ଶ୍ରମିକ ଓ ଗରୀବଙ୍କ ଦୁଃଖ ଅବର୍ଣ୍ଣନୀୟ । କରୋନାର ମୁକାବିଲା ପାଇଁ ସବୁ ଦେଶବାସୀ ତ୍ୟାଗ କରୁଛନ୍ତି । ଏହାକୁ ବେକାର ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ରେ କହିଛନ୍ତି । ଆଜି ଏହି କାର୍ଯ୍ୟକ୍ରମରେ ସେ କହିଲେ ଯେ ମୁଁ ଯେତେବେଳେ ଗତଥର ଆପଣଙ୍କ ସହ କଥା ହୋଇଥିଲି ସେତେବେଳେ ସବୁ କିଛି ବନ୍ଦ ଥିଲା । ମାତ୍ର ଏବେ ଅର୍ଥନୀତିକୁ ଅଧିକାଂଶ ଖୋଲାଯାଇଥିଲା ବେଳେ ଟ୍ରେନ ବସ ଚଳାଚଳ କରିବା ଆରମ୍ଭ କରିଛି । ମାତ୍ର ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଓ ୬ଫୁଟ ଦୁରତା ବଜାୟ ରଖିବା ବନ୍ଦ କରିବା ନାହିଁ । ଅନ୍ୟ ଦେଶ ତୁଳନାରେ ଆମ ଅବସ୍ଥା ବହୁତ ଭଲ ଅଛି । ପ୍ରାଣହାନି ମଧ୍ୟ କମ ହୋଇଛି । ଆୟୁଷ୍ମାନ ଭାରତ ଯୋଜନା ସବୁ ଗରୀବ ଭାରତୀୟଙ୍କ ଡାକ୍ତରୀ ବ୍ୟୟ ବହନ କରିବ । ବର୍ତ୍ତମାନ ସୁଦ୍ଧା ଏଥିରେ ୧କୋଟି ଭାରତୀୟ ଉପକୃତ ହୋଇସାରିଛନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here