Spread the love

ନୂଆଦିଲ୍ଲୀ: କରୋନା ଜନିତ ଲକଡାଉନ ପାଇଁ ପ୍ରବାସୀ ଶ୍ରମିକ ମାନେ ନିଜ ନିଜ ରାଜ୍ୟକୁ ଫେରିବାକୁ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଥିଲା ବେଳେ ବହୁ ବଡ଼ ବଡ଼ କମ୍ପାନୀ ଅଧିକ ଉତ୍ପାଦନ ପାଇଁ ଅଧିକ ଶ୍ରମ ଶକ୍ତି ଯୋଗାଇବାକୁ କେନ୍ଦ୍ର ସରକାରଙ୍କଠାରେ ଦାବି କରିଛନ୍ତି । ଏଚୟୁଏଲ. ନେସଲ, ପେପସିକୋ, ପାର୍ଲେ ପ୍ରଡକ୍ଟସ, ବ୍ରିଟାନିଆ, ଆଇଟିସି ଓ ମୋଣ୍ଡେଲଜ ଭଳି କମ୍ପାନୀ ମାନେ ଏହି ଦାବି କରିଛନ୍ତି । କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ ମାଧ୍ୟମରେ ଉକ୍ତ କମ୍ପାନୀ ଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଲେଖିଥିବା ଚିଠିରେ ଗ୍ରୀନ ଓ ଅରେଞ୍ଜ ଜୋନରେ ୭୫ ପ୍ରତିଶତ ଓ ରେଡ ଜୋନ (କଣ୍ଟେନମେଣ୍ଟ ଜୋନ ବ୍ୟତୀତ)ରେ ୫୦-୬୦ ପ୍ରତିଶତ କର୍ମଚାରୀ ନେଇ କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ଉଲ୍ଲେଖ କରିଛନ୍ତି । ଏବେ ସରକାର ଗାଇଡ଼ ଲାଇନ ଅନୁଯାୟୀ ବର୍ତ୍ତମାନ କେବଳ ୩୩ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here