Spread the love

ଭୁବନେଶ୍ୱର : ରାଜ୍ୟ ୫ଟି ସଚିବ ଭି.କେ.ପାଣ୍ଡିୟାନ ରାଜ୍ୟର ପ୍ରମୁଖ ଗଣମାଧ୍ୟମର ସଂପାଦକମାନଙ୍କୁ ମଙ୍ଗଳବାର ପ୍ରେଜେଣ୍ଟସେନ ମାଧ୍ୟମରେ କୋଭିଡ଼-୧୯ ମୁକାବିଲା କିଭଳି ଭାବେ ଚାଲିଛି ତାହା ବୁଝାଇଛନ୍ତି । ଓଡ଼ିଶା ଏବେ ବିଶ୍ୱ ସମକକ୍ଷ ଓ ରାଜ୍ୟରେ ସବୁଠାରୁ ଭଲ କୋଭିଡ଼ ମୁକାବିଲା ଚାଲିଥିବା ସେ ଦର୍ଶାଇଥିଲେ । ଏ ନେଇ ସଂପାଦକମାନଙ୍କ ମତାମତ ମଧ୍ୟ ନେଇଥିଲେ । ସମାଜର ସଂପାଦକ ସୁଶାନ୍ତ ମହାନ୍ତି ଆରମ୍ଭରୁ ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ଉପସ୍ଥାପିତ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ସମାଜର ରାଜ୍ୟ ବ୍ୟୁରୋ ମୁଖ୍ୟ ସମରେନ୍ଦୁ ଦାସ ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରେ ଥିବା କୁଶଳୀ ଶ୍ରମିକମାନଙ୍କୁ ସରକାର କେଉଁଠି ଥଇଥାନ କରିବେ ସେନେଇ ରାଜ୍ୟ ସରକାର ସ୍ପଷ୍ଟ କରିବା ଆବଶ୍ୟକ ବୋଲି କହିଥିଲେ । ସମ୍ବାଦର ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକ ଓ ଧରିତ୍ରୀର ସଂପାଦକ ତଥାଗତ ଶତପଥୀ ରାଜ୍ୟର ଖବରକାଗଜଗୁଡ଼ିକ ଗତ ୪ ମାସ ମଧ୍ୟରେ ଯେଉଁ ପ୍ରମୁଖ କ୍ଷତି ସହିଲେଣି ସେନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ୟାକେଜ ଦେବାକୁ କହିଥିଲେ । ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ଶ୍ରୀ ପାଣ୍ଡିୟାନ କହିଥିଲେ ।

LEAVE A REPLY

Please enter your comment!
Please enter your name here