Spread the love

ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲାର ସଙ୍ଗରୋଧ ଗୃହରୁ ୨୧୬ ଜଣ ପ୍ରବାସୀ ଓଡ଼ିଆ ଫେରାର ହୋଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ସଙ୍ଗରୋଧ ଗୃହରେ ଗତକାଲି ବିଳମ୍ବିତ ରାତିରେ ସୁରତ ଫେରନ୍ତାଙ୍କୁ ରଖାଯାଇଥିଲା, ହେଲେ ସେମାନେ ଆଜି ସକାଳେ ଫାଟକ ଭାଙ୍ଗି ଚମ୍ପଟ ମାରିଥିଲେ ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ପ୍ରବାସୀ ଓଡ଼ିଆଙ୍କୁ ନେଇ ୪ଟି ବସରେ ପାଖାପାଖି ୨୧୬ ଜଣ ଲୋକ ଗଞ୍ଜାମରେ ପହଞ୍ଚିଥିଲେ । ଏମାନଙ୍କ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କ ଭିତରୁ ୧୫୦ଜଣଙ୍କୁ ବେଗୁନିଆପଡ଼ା ବ୍ଲକର ଆଦର୍ଶ ବିଦ୍ୟାଳୟରେ ଓ ଜନତା ନୋଡାଲ ମାଧ୍ୟମିକ ସ୍କୁଲରେ ୫୬ଜଣଙ୍କୁ ସଂଗରୋଧରେ ରଖାଯାଇଥିଲା । ଶ୍ରମିକ ଖାଇବା ପିଇବା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସୁଯୋଗର ଅଭାବ ଦେଖାଇ ହଠାତ୍ କ୍ୱାରଣ୍ଟାଇନ ଗୃହରୁ କେଉଁଆଡ଼େ ପଳାଇବା ଘଟଣା ବ୍ରହ୍ମପୁର ପ୍ରଶାସନକୁ ଅଡୁଆରେ ପକାଇ ଦେଇଛି । ଏ ନେଇ ପ୍ରଶାସନ ପକ୍ଷରୁ ସେଭଳି କିଛି କୁହାଯାଇ ନଥିବା ବେଳେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ସୁରଟରୁ ଫେରନ୍ତା ଦୁଇ ଶ୍ରମିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଯେଉଁ ହଜାର ହଜାର ସଂଖ୍ୟାରେ ଶ୍ରମିକମାନଙ୍କୁ ରାଜ୍ୟ ସରକାର ସେଠାରୁ ଆଣୁଛନ୍ତି ସେମାନଙ୍କ ଆସିବା ପରେ ଘଟଣା କିପରି ମୋଡ଼ ନେବ ସେ ନେଇ ସାଧାରଣରେ ନାନା ଆଶଙ୍କା ଦେଖାଦେଇଛି । ରାଜ୍ୟରେ ମୋଟ ୧୦ ଲକ୍ଷରୁ ଉଦ୍ଧ୍ୱର୍ ଶ୍ରମିକ ବିଭିନ୍ନ ରାଜ୍ୟରେ ବସବାସ କରୁଛନ୍ତି । ଆଜି କୋଚିରୁ ଆସିଥିବା ଏକ ସ୍ୱତନ୍ତ୍ର ଟ୍ରେନ ଗଂଜାମର ଜଗନ୍ନାଥପ୍ରସାଦ ଷ୍ଟେସନ ଠାରେ ରହିବା ପରେ ସେଠାରେ ପାୟ ୫ଶହ ଶ୍ରମିକ ଓହ୍ଲାଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସେଠାରେ ସଂପୃକ୍ତ ଶ୍ରମିକମାନଙ୍କୁ ସଂଗରୋଧରେ ରଖାଯିବା ଲାଗି ବ୍ୟବସ୍ଥା କରାଯାଇଥିବା ବେଳେ ଅନେକ ଶ୍ରମିକ ଲୁଚିଛପି ପଳାଇବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ବସ୍ରେ ଆସୁଥିବା ଶ୍ରମିକମାନେ ମଧ୍ୟ ରାସ୍ତାରେ ମନଇଚଚ୍ଚା ଓହ୍ଲାଇ କେଉଁଆଡ଼େ ଲୁଚି ପଳାଉଥିବା ଖବର କେତେକ ଟି.ଭି ଚ୍ୟାନେଲ୍ ପ୍ରାଶାରଣ କରୁଥିବା ଦେଖିବାକୁ ମିଳୁଛି । ଏଭଳି ହେଲେ ରାଜ୍ୟ ସରକାରଙ୍କ ସବୁ ସୁକଳ୍ପିତ ଯୋଜନାର ସୁଫଳ ଆଉ ମିଳିବା ଉପରେ ସନେ୍ଦହ ଯାତ ହୋଇଛି । ସାଧାରଣ ଲୋକଙ୍କୁ ଏତେ ସୁବିଧା ସୁଯୋଗ ଦେବା ପରେ ଯଦି ସେମାନେ ଏଭଳି କାଣ୍ଡ କରନ୍ତି ତେବେ ସରକାର ତୁରନ୍ତ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଉଚିତ ବୋଲି ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here