Spread the love

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ, ମୁ୍ଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଙ୍କ ପରେ ସଙ୍ଗରୋଧ କେନ୍ଦ୍ରରେ ଥାଇ ବିଶୃଙ୍ଖଳିତ ଆଚରଣ କରୁଥିବା ପ୍ରବାସୀ ଓଡିଆଙ୍କୁ ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି ଯେ ସଙ୍ଗରୋଧ କେନ୍ଦ୍ରରେ ନ ରହିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରାଜ୍ୟକୁ ଫେରୁଥିବା ସମସ୍ତ ପ୍ରବାସୀ ୧୪ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ଏହି ସମୟରେ ଯଦି କାହା ଠାରେ କରୋନା ଭାଇରସ ଲକ୍ଷଣ ପ୍ରକାଶ ପାଇବ ତେବେ ସେମାନଙ୍କର ସ୍ୱାବ ନମୁନା ପରୀକ୍ଷା କରାଯିବ । ଏହାକୁ ବିରୋଧ କଲେ କିମ୍ବା ନ ମାନିଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଏବେ ରାଜ୍ୟର ୮ଟି ସ୍ଥାନରେ ସ୍ୱାବ ନମୁନା ପରୀକ୍ଷା ହେଉଛି ଏବଂ ଘରୋଇ ହସ୍ପିଟାଲରେ ପରୀକ୍ଷା ଲାଗି ଅନୁମତି ଦେବାକୁ ଆଇସିଏମଆରକୁ ଅନୁରୋଧ କରଯାଇଛି । ଏବେ ଦିନକୁ ୩ ହଜାର ପରୀକ୍ଷା କରାଯାଉଥିବାବେଳେ ଖୁବଶୀଘ୍ର ଏହା ୫ ହଜାରକୁ ବୃଦ୍ଧି ହେବ ।

LEAVE A REPLY

Please enter your comment!
Please enter your name here