Spread the love

ଭୁବନେଶ୍ୱର: ଏଣିକି ସରକାରୀ ସଙ୍ଗରୋଧରେ ରହୁଥିବା ବ୍ୟକ୍ତିଙ୍କୁ ସରକାର କାମ ଯୋଗାଇବାକୁ ଓ ପୁଣି ସଙ୍ଗରୋଧ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ମୁଖ୍ୟ କରୋନା ମୁଖପାତ୍ର ସୁବ୍ରତ ବାଗଚି କହିଲେ ଯେ ସରକାରୀ ସଙ୍ଗରୋଧରେ ରହୁଥିବା ବ୍ୟକ୍ତି ଚାହିଁଲେ ତାଙ୍କୁ କାମ ଯୋଗାଇ ଦିଆଯିବ । ସେହି କେନ୍ଦ୍ରରେ ହିଁ ଇଚ୍ଛୁକ ବ୍ୟକ୍ତିଙ୍କୁ ରଙ୍ଗ କରିବା,ବଗିଚା କାର୍ଯ୍ୟ ଇତ୍ୟାଦିରେ ନିୟୋଜିତ କରାଯିବ । ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୮ ଘଣ୍ଟା କାର୍ଯ୍ୟ ପାଇଁ ୧୫୦ ଟଙ୍କା ମଜୁରୀ ଦିଆଯିବ ଓ ୧୦ ଦିନ କାମ ଦିଆଯିବ । ଏଥିସହ ସରକାର ଦୁଇଦିନରେ ଦ୍ୱିତୀୟ ଥର ପାଇଁ ସଙ୍ଗରୋଧ ଅବଧି ବୃଦ୍ଧି କରିଛନ୍ତି । ପ୍ରଥମେ ୧୪ ଦିନ ସଙ୍ଗରୋଧରେ ରହିବା ପାଇଁ କୁହାଯାଉଥିଲା ବେଳେ ଗୁରୁବାର ଅବଧିକୁ ୨୧ ଦିନକୁ ବୃଦ୍ଧି କରିଥିଲେ । ଶୁକ୍ରବାର ଏଥିରେ ସରକାର ପୁଣି ବୃଦ୍ଧି କରି ଅବଧିକୁ ୨୮ ଦିନ ପର୍ଯ୍ୟନ୍ତ ବଢାଇଛନ୍ତି । ୨୧ ଦିନ ସରକାରୀ ସଙ୍ଗରୋଧ ଓ ଶେଷ ୭ ଦିନ ନିଜ ଘରେ ସଙ୍ଗରୋଧରେ ରହିବାକୁ ପଡ଼ିବ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି । ୨୧ ଦିନ ପରେ କରୋନାର ସ୍ପଷ୍ଟ ଲକ୍ଷଣ ଦେଖାଯାଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here