Spread the love

ଭୁବନେଶ୍ୱର: ଗୁଜୁରାଟର ସୁରତରୁ ଫେରିଥିବା ୨୨୮ ଜଣ ପ୍ରବାସୀ ଶ୍ରମିକଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା ବେଳେ ଆଉ ୨ଟି ବସରେ ଅଧିକ ପ୍ରବାସୀ ଶ୍ରମିକ ଘରକୁ ଫେରୁଥିବା ଜଣାପଡ଼ିଛି । ଅପରପକ୍ଷରେ ଉତ୍ତରାଖଣ୍ଡରେ କେନ୍ଦ୍ରପଡ଼ା ନବୋଦୟ ବିଦ୍ୟାଳୟର ୨୪ ଛାତ୍ରଛାତ୍ରୀ ଲକଡାଉନ ଯୋଗୁ ଅଟକି ରହିଛନ୍ତି । ଏହି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ସେମାନଙ୍କ ଅଭିଭାବକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
କେନ୍ଦ୍ରାପଡା ଜବାହର ନବୋଦୟ ସ୍କୁଲର ଏହି ଛାତ୍ରଛାତ୍ରୀ ମାଇଗ୍ରେସନରେ ଉତ୍ତରାଖଣ୍ଡ ଗୁପ୍ତକାଶିରେ ଥିବା ନବୋଦୟ ସ୍କୁଲକୁ ପଢିବାକୁ ଯାଇଥିଲେ । ପରୀକ୍ଷା ସରିଥିବାରୁ ଗତ ୨୪ ତାରିଖରେ ସେମାନେ ଓଡିଶା ଫେରିଥାନ୍ତେ । କିନ୍ତୁ ତାଲାବନ୍ଦ ଯୋଗୁଁ ସେମାନେ ଫସିଯାଇଛନ୍ତି । କୋଟାରେ ଫସିଥିବା ଛାତ୍ରଙ୍କ ଭଳି ସେମାନଙ୍କୁ ବି ଫେରାଇ ଆଣିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ।
ସେପଟେ ସୁରଟରୁ ଆଉ ୨ଟି ବସରେ ପ୍ରବାସୀ ଓଡ଼ିଆ ଫେରୁଛନ୍ତି । ଶ୍ରମିକମାନେ ନିଜ ଉଦ୍ୟମରେ ବସ୍ ଭଡା କରି ଆସୁଛନ୍ତି । ବୁଧବାର ଗଞ୍ଜାମ ଜିଲ୍ଲାକୁ ସୁରଟରୁ ଫେରିଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ନିଜ ଗାଁରେ ପହଂଚିବା ପରେ ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଛି । ସୁରଟରୁ ୨୨୮ ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ୪ଟି ବସ୍ ବୁଧବାର ରାତିରେ ଜିଲ୍ଲାରେ ପହଞ୍ଚି ଥିଲା । ପୂର୍ବ ନିଷ୍ପତ୍ତି ଅନୁସାରେ ୨ଟି ବସ୍ ଶେରଗଡରେ ଅନ୍ୟ ୨ଟି ବସ୍ ଧରାକୋଟ୍ ରେ ପହଞ୍ଚିବା ପରେ ସମସ୍ତ ବସ୍ ମେଡିକାଲ ଯାଞ୍ଚ ସ୍ଥଳକୁ ଅଣାଯାଇଥିଲା । ଧରାକୋଟରେ ୧୧୪ ଜଣ ଓ ଶେରଗଡରେ ୧୧୪ ଜଣ ଆଦର୍ଶ ବିଦ୍ୟାଳୟ ପରିସରରେ ସଂଗରୋଧରେ ରହିଛନ୍ତି । ସମସ୍ତଙ୍କୁ ଏଠାରେ ୧୪ ଦିନ ପାଇଁ ସଂଗରୋଧରେ ରଖାଯିବ । ସଂଗରୋଧ ସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଠାରେ ପ୍ରବାସୀ ଓଡିଆଙ୍କ ରହିବା ଖାଇବା ଠାରୁ ନେଇ ସମସ୍ତ ବ୍ୟବସ୍ଥା ସରକାରଙ୍କ ନିୟମ ମୁତାବକ କରାଯାଇଛି । ଶେରଗଡ ଆଦର୍ଶ ବିଦ୍ୟାଳୟରେ ୨୫ଟି କୋଠରୀରେ ୧୧୪ ଜଣଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି । ୬ ଜଣ ମହିଳାଙ୍କ ପାଇଁ ଅଲଗା କୋଠରୀ ବ୍ୟବସ୍ଥା କରାଯାଇଛି । ଧରାକୋଟ ବ୍ଲକ ଆଦର୍ଶ ବିଦ୍ୟାଳୟରେ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ର ନିବାସରେ ସୁରତଫେରନ୍ତା ୧୧୪ ପ୍ରବାସୀ ଓଡିଆଙ୍କୁ ରଖା ଯାଇଛି ।

LEAVE A REPLY

Please enter your comment!
Please enter your name here