Spread the love

କନ୍ଧମାଳ: ଘୁ.ଉଦୟଗିରି ସହରର ଶ୍ରୀରାମପଦା ସଙ୍ଗରୋଧ ଗୃହରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ବିଶୃଙ୍ଖଳା ଯୋଗୁଁ ତିନିଜଣଙ୍କ ନାମରେ ମାମଲା ରୁଜୁ ହୋଇଛି । ସଙ୍ଗରୋଧ କେନ୍ଦ୍ରରେ ଠିକ ସମୟରେ ପେଟପୁରା ଖାଇବାକୁ ନଦେବା, ପାନୀୟ ଜଳ ନଦେବା ଆଦି ସମସ୍ୟାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ବି ଦେଖିବାକୁ ମିଳିଥିଲା। ଏ ପ୍ରସଙ୍ଗରେ ଉକ୍ତ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଗ୍ରେସିଙ୍ଗିଆ ସରପଞ୍ଚ ସୁମନ୍ତ ପ୍ରଧାନ କହିଛନ୍ତି, କିଛି ସ୍ଥାନୀୟ ପ୍ରବାସୀ ଶ୍ରମିକ ସଙ୍ଗରୋଧ ଗୃହରେ ଅଯଥାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ସେମାନେ ରହୁଥିବା ସଙ୍ଗରୋଧ ଗୃହରେ ଭଙ୍ଗାରୁଜା କରିଛନ୍ତି । ପାଇଖାନା, ଗାଧୁଆଘରେ ଲାଗିଥିବା ଟ୍ୟାପଗୁଡିକ ଭାଙ୍ଗି ଦେଇଛନ୍ତି। ପ୍ରବାସୀ ଶ୍ରମିକଙ୍କ ଖାଇବା ପିଇବା ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଉଛି। କେତେ ବେଳେ କେମିତି ଖାଦ୍ୟ ଦେବାରେ ବିଳମ୍ବ ହେଇଯାଇଥିବା କଥାକୁ ନେଇ ଅଯଥାରେ ସେମାନେ ବିଶୃଙ୍ଖଳା କରୁଛନ୍ତି । ବିଶୃଙ୍ଖଳା କରୁଥିବା ତିନିଜଣ ପ୍ରବାସୀ ଶ୍ରମିକଙ୍କୁ ଅନ୍ୟ ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here