Spread the love

ନୂଆଦିଲ୍ଲୀ
ଉତ୍ତରପ୍ରଦଶରେ ଔରିୟାରେ ଏକ ଟ୍ରକ ଅନ୍ୟ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ୨୩ ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଏଥିରେ ୨୦ ଜଣ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ନିକଟସ୍ଥ ସେଫାଇର ପିଜିଆଇ ହସ୍ପିଟାଲକୁ ପଠାଯାଇଛି । ଏହି ଶ୍ରମିକଙ୍କ ମଧ୍ୟରେ ଅଧିକାଁଶ ରାଜସ୍ଥାନର ହୋଇଥିବାବେଳେ ବିହାର, ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗର ମଧ୍ୟ ସାମିଲ ଥିଲେ । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ କୋଟୱାଲି ପୋଲିସ ଥାନା ଅନ୍ତର୍ଗତ ମିହାଉଲି ଗ୍ରାମ ନିକଟରେ ଶନିବାର ଭୋର ୩.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ରାଜସ୍ଥାନରୁ ଆସୁଥିବା ଟ୍ରକଟି ସାମ୍ନା ପଟୁ ଆସୁଥିବା ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଦୁଇଟି ଯାତ ଟ୍ରକ ଓଲଟି ପଡିଥିଲା । ଔରିୟା ଜିଲ୍ଲା ମାଜିଷ୍ଟ୍ରେଟ ଅଭିଶେଖ ସିଂହ କହିିଛନ୍ତି ଯେ ଏହି ଦୁର୍ଘଟଣାର କାରଣ ଜାଣିବା ଲାଗି ତଦନ୍ତ କରାଯାଉଛି ଏବଂ ଆହତମାନଙ୍କୁ ସମସ୍ତ ସ୍ୱସ୍ଥ୍ୟସେବା ଯୋଗାଇଦେବାକୁ ପ୍ରଧାନ୍ୟ ନିର୍ଦ୍ଦେଶ ଦିଆଯାଇଛି । ତେବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହି ଘଟଣାକୁ ନେଇ ଶାସକ ଦଳ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି । ସେ ଏହି ଘଟଣାକୁ ହୃଦୟ ବିଦାରକ କହିବା ସହିତ ପ୍ରବାସୀ ଶ୍ରମିକ ସମ୍ମୁଖୀନ ହେଉଥିବ ସମସ୍ୟା ପ୍ରତି ସରକାରର ଆଖି ବୁଜି ଦେଇଥିବା ଅଭିଯୋଗ କରିଛନ୍ତି । ସେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଦେବା ଲାଗି ଦାବି କରିଛନ୍ତି । ଏହା ପୂର୍ବରୁ ଉତ୍ତର ପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶର ୩ ଟି ଅଲଗା ଅଲଗା ଦୁର୍ଘଟଣାରେ ୧୫ ଶ୍ରମିକ ମୃତ୍ୟୁବରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here