Spread the love

ଭୁବନେଶ୍ୱର
ସମୁଦ୍ର ପଥରେ ୫୨୦ କିମିର ଲମ୍ବା ଯାତ୍ରା କରିବା ପରେ ୧୬ ଜଣ ମତ୍ସ୍ୟଜୀବୀ ସୋମବାର ଚନ୍ଦ୍ରଭାଗା ଉପକୂଳରେ ପହଞ୍ଚଛନ୍ତି । ଏମାନଙ୍କ ମଧ୍ୟରେ କୋଣାର୍କର ୧୧ ଏବଂ ପୁରୀ ପେଣ୍ଠକଟାର ୫ଜଣ ସାମିଲ ଅଛନ୍ତି । ଏମାନେ ଏକ ସ୍ୱତନ୍ତ୍ର ଡଙ୍ଗାରେ ରବିବାର ଆନ୍ଧ୍ର ପ୍ରଦେଶର ତୁନି ଅଞ୍ଚଳରୁ ବାହାରିିଥିଲେ । ଏହି ଖବର ପାଇବା ପରେ ସ୍ଥାନୀୟ ପୋଲିସ, ତହସିଲଦାର, ଏନଏସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ସେମାନଙ୍କୁ ଏକ ସ୍ୱତନ୍ତ୍ର ଗାଡିରେ ନେଇ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଏମାନଙ୍କର କରୋନା ଟେଷ୍ଟ କରାଯିବ ବୋଲି ଗୋପ ତହସିଲଦାର କହିଛନ୍ତି । ଏହି ମତ୍ସ୍ୟଜୀବୀମାନେ ଦୀର୍ଘଦିନରୁ ଓଡିଶାରେ ରହି ଆସୁଛନ୍ତି । ତେବେ ସେମାନେ ଦୁଇ ମାସ ତଳେ ନିଜ ଗାଁ ତୁନିକୁ ଯାଇଥିଲେ । ମାତ୍ର ଲକଡାଉନ ଯୋଗୁଁ ସେମାନେ ସେଠାରେ ଫସି ରହିଥିଲେ । ପରେ ସେମାନେ ରବିବାର ଏକ ଡଙ୍ଗା କିଣି ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା ଆରମ୍ଭ କରିିଥିଲେ ।

LEAVE A REPLY

Please enter your comment!
Please enter your name here