Spread the love

ନୂଆଦିଲ୍ଲୀ
ମହାମାରୀ କରୋନା ଭାଇରସ ବିଶ୍ୱର ୨୧୩ଟି ଦେଶକୁ ପ୍ରଭାବିତ କରିଛି । ଏଥିଯୋଗୁ ବିଶ୍ୱରେ ୩,୪୦,୨୬୧ ଲୋକ ମୃତ୍ୟୁବରଣ କରିଥିବାବେଳେ ୫୩,୨୦,୮୬୫ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ । ଏଥିରେ ଦେଶର ୧,୨୫,୧୦୧ ଲୋକ ଆକ୍ରାନ୍ତ ହୋଇଥିବାବେଳେ ୩,୭୨୦ ଲୋକ ମୃତ୍ୟୁବରଣ କଲେଣି । ତେବେ କରୋନା ସଂକ୍ରମଣକୁ ରୋକିବା ଲାଗି ହୋଇଥିବା ଲକଡାଉନକୁ ନେଇ ପ୍ରଶ୍ନ ଉଠୁଥିଲା । ଏବେ ଏହାକୁ ନେଇ ସରକାର ଉତ୍ତର ରଖିଛନ୍ତି । ସରକାରଙ୍କ ପ କ୍ଷରୁ କୁହାଯାଇଛି ଯେ ଲକଡାଉନ ଯୋଗୁଁ ୧୪ରୁ ୨୯ ଲକ୍ଷ ଲୋକଙ୍କୁ କରୋନା ସଂକ୍ରମଣରୁ ର କ୍ଷା କରାଯାଇପାରିଛି । ସେହିପରି ୩୭ ରୁ ୭୮ ହଜାର ଲୋକଙ୍କ ଜୀବନ ବଞ୍ଚିଯାଇଛି । ପ୍ରଥମ ଦୁଇ ପର୍ଯ୍ୟାୟର ଲକଡାଉନ ତଥ୍ୟ ଉପସ୍ଥାପନା କରି ନୀତି ଆୟୋଗ ସଦସ୍ୟ(ସ୍ୱାସ୍ଥ୍ୟ) ଡ ଭିକେ ପାଉଲ କହିଛନ୍ତି ଯେ କଟକଣା ଯୋଗୁ ଭାଇରସ ସଂକ୍ର୍ରମଣର ତୀବ୍ରତାକୁ ରୋକା ଯାଇପାରିଛି । ଏପ୍ରିଲ ୩ରେ ଦିନକୁ ୨୨.୬ ପ୍ରତିଶତ ନୂଆ ମାମଲା ଚିହ୍ନଟ ହେଉଥିବାବେଳେ ଏପ୍ରିଲ ୨୪ ପରେ ଏହା ୫.୫ ପ୍ରତିଶତକୁ ହ୍ରାସ ପାଇଥିଲା । ମାର୍ଚ୍ଚ ୨୫ରୁ ଲକଡାଉନ କାର୍ଯ୍ୟକାରୀ ହୋଇଥିଲା ଏବଂ କିଛି ଦିନ ପରେ ଏହାର ପ୍ରଭାବ ପଡିବା ଆରମ୍ଭ କରିଥିଲା ।

LEAVE A REPLY

Please enter your comment!
Please enter your name here