Spread the love

ପୁରୀ: ଶ୍ରୀଜୀଉଙ୍କ ସ୍ନାନଯାତ୍ରା ନେଇ ଦେଖା ଦେଇଥିବା ଆଶଙ୍କାର ଅବସାନ ଘଟିଛି । ଗୁରୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ୧୦ ନିଯୋଗ ସହ ଆଲୋଚନା କଲା ପରେ ଗଣମାଧ୍ୟମକୁ ଏହି ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ ସବନିମ୍ନ ସେବାୟତ ନେଇ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ କରାଇବାକୁ ସମସ୍ତେ ମତ ପ୍ରକାଶ କରିଛନ୍ତି । ସେଥିପାଇଁ ଆସନ୍ତା ୨୫ ତାରିଖ ସୁଦ୍ଧା ସେବାୟତଙ୍କ ତାଲିକା ଦେବାପାଇଁ କୁହାଯାଇଛି । କେବଳ ତାଲିକାଭୁକ୍ତ ସେବାୟତ ମାନେ ସ୍ନାନଯାତ୍ରାରେ ଭାଗ ନେଇ ପାରିବେ । ପୁର୍ବରୁ ଦଇତାପତି ନିଯୋଗ ସହ ଆଲୋଚନା ହୋଇଛି । ଏହାପରେ ଛତିଶା ନିଯୋଗ ସହ ଆଲୋଚନା ହେବ । ଶେଷରେ ପରିଚାଳନା କମିଟି ବୈଠକରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here