Spread the love

ଭୁବନେଶ୍ୱର : କୋଭିଡ଼-୧୯ ଯୋଦ୍ଧାଙ୍କ ସମ୍ମାନ ଦେବା ଉଦେ୍ଧଶ୍ୟରେ ଶନିବାର ସଂନ୍ଧ୍ୟାରେ ସମଗ୍ର ଓଡ଼ିଶାର କୋଣ ଅନୁକୋଣରେ ସାଧାରଣ ଜନତା ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ୱାନ ସମଗ୍ର ରାଜ୍ୟରେ ପ୍ରଭାବ ପକାଇଥିବା ଦେଖା ଦେଇଥିଲା । ରାସ୍ତାରେ ଯାଉଥିବା ଶହ ଶହ ଲୋକେ ଏହି ସଂଗୀତ ଗାନ କରିବା ଦୃଶ୍ୟ ବହୁ ଲୋକଙ୍କୁ ଭାବ ବିହ୍ୱଳିତ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନବୀନ ନିବାସରେ ଠିଆ ହୋଇ ଏହି ସଂଗୀତ ଗାନ କରୁଥିବା ଦେଖା ଯାଇଥିଲା । ସେହିଭଳି ବିଧାନ ସୌଧ , ଲୋକସେବା ଭବନ , ପି.ଏମ୍.ଜି ଛକ , ପୋଲିସ ସେବା ଭବନରେ ସମବେତ ହୋଇ ଜନତା ଏହି ସଂଗୀତ ଗାନ କରିଥିଲେ । ସେହିଭଳି କଟକ ସମେତ ରାଜ୍ୟର ରାଉରକେଲା , ସମ୍ବଲପୁର , ବ୍ରହ୍ମପୁର , ବାଲେଶ୍ୱର , ଯାଯପୁର ଆଦି ସହରରେ ଲୋକମାନେ ସ୍ୱତଃପ୍ରବୃତ ଭାବେ ଏହି ସଂଗୀତ ଗାନ କରିଥିବା ଦେଖା ଦେଇଥିଲା । ଏଭଳିକି କଟକ ଓ ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ମଧ୍ୟ ଲୋକମାନେ ଏହି ସଂଗୀତ ଗାନ କରିଥିଲେ ।

LEAVE A REPLY

Please enter your comment!
Please enter your name here