Spread the love

ମୁମ୍ବାଇ
ଦେଶରେ ଲକଡାଉନ ଜାରି ହେବା ଦିନଠାରୁ ସୁପରଷ୍ଟାନ ସଲମାନ ଖାନ ନିଜ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ସହ ମୁମ୍ବାଇ ସ୍ଥିତ ପନଭେଲ ଗେଷ୍ଟ ହାଉସରେ ଅଛନ୍ତି । ଏହି ସମୟରେ ସେ କିଛି ନୂଆ କରିବାକୁ ଚେଷ୍ଟା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସଲମାନ ନିଜର ନୂଆ ଗୀତ ‘ତେରେ ବିନା’ ରିଲିଜ କରିଛନ୍ତିା ଏହି ରୋମାଣ୍ଟିକ ଲଭ ଆନ୍ଥେମରେ ସଲମାନଙ୍କ ସହ ଶ୍ରୀଲଙ୍କା ସନ୍ଦରୀ ଜ୍ୟାକଲିନ ନଜର ଆସିଛନ୍ତି । ସେ ଲକଡାଉନର ସମସ୍ତ ନିୟମକୁ ପାଳନ କରି କମ ସମ୍ବଳରେ ଏହି ଗୀତକୁ ପ୍ରସ୍ତୁତ କରିଛନ୍ତି । ଏହି ମ୍ୟୁଜିକ ଭିଡିଓକୁ ସଲମାନଙ୍କ ଫାର୍ମ ହାଉସର ସୁଟ କରାଯାଇଛି । ଏଥିରେ ଆଖପାଖରେ ଥିବା ସୁନ୍ଦର ପ୍ରକୃତିକୁ କ୍ୟାପଚର କରାଯାଇଛି । ସଲମାନ ନିଜେ ଏହି ଗୀତ ଗାଇଛନ୍ତି ଏବଂ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ସେ ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି ଯେ ମୁଁ ଏହି ଗୀତ ପ୍ରସ୍ତୁତ କରିଛି, ଗାଇଛି, ସୁଟ କରିଛି ଏବଂ ଆପଣଙ୍କ ଲାଗି ପୋଷ୍ଟ ମଧ୍ୟ କରିଛି । ଏବେ ଆପଣ ଗୀତ ଶୁଣନ୍ତୁ,ଗାଅନ୍ତୁ ଏବଂ ଘରେ ସ୍ୱାଗରେ ସୁଟ କର, ପୋଷ୍ଟ କର, ସେୟାର, ଟ୍ୟାଗ ଏବଂ ଉପଭୋଗ କର ।

LEAVE A REPLY

Please enter your comment!
Please enter your name here