Spread the love

କଟକ: ସଂପ୍ରତି କରୋନା ମହାମାରୀକୁ ନେଇ ଆଶଙ୍କା ମଧ୍ୟରେ ସମସ୍ତେ ରହିଛନ୍ତି । ଓଡ଼ିଶା ଭଳି ଏକ ପଛୁଆ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ମଧ୍ୟ ସେତେ ଉନ୍ନତ ନୁହେଁ । କରୋନା ମହାମାରୀକୁ ସାମ୍ନା କରିବା ପାଇଁ ଯେଉଁମାନଙ୍କ ପ୍ରମୁଖ ଭୂମିକା ରହିଛି ସେମାନେ ହେଲେ ଡାକ୍ତରଙ୍କ, ନର୍ସ ସମେତ କୋଭିଡ଼ କେନ୍ଦ୍ରରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ପର୍ଯ୍ୟନ୍ତ । କରୋନା ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏଥିରୁ ସେମାନେ ମଧ୍ୟ ବାଦ ପଡ଼ିନାହାନ୍ତି । ତେବେ ଆତଙ୍କର ଗବାକ୍ଷ ଦେଇ ଏହି କରୋନା ଯୋଦ୍ଧାମାନେ ଆଶାର ଆଲୋକ ନିଜେ ଦେଖିବା ସହ ସମଗ୍ର ବିଶ୍ୱକୁ ଦେଖାଇ ପାରିଛନ୍ତି । ସ୍ୱତନ୍ତ୍ର କରୋନା ହାସପାତାଳ ବିଶ୍ୱବାସୀଙ୍କ ମଧ୍ୟରେ ମୃତ୍ୟୁର ଭୟ ସୃଷ୍ଟି କରୁଛି । ଏବେ କାହାକୁ ଯଦି କରୋନା ହାସପାତାଳକୁ ଯିବାକୁ କୁହାଯାଏ ତେବେ ତାଙ୍କ ପାଇଁ ତାହା ମୃତ୍ୟୁ ଦଣ୍ଣ ସ୍ୱରୂପ ହେବ । ଏହି କରୋନା ହସ୍ପିଟାଲରେ ଡାକ୍ତରଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥକର୍ମୀମାନେ କିପରି ରୋଗୀ ସେବା କରୁଛନ୍ତି ଓ ରୋଗୀଙ୍କର ମାନସିକ ତଥା ଶାରୀରିକ ଅବସ୍ଥା କିପରି ଅଛି ତାହା ଓଡ଼ିଶା ମିଡ୍ ଡ଼େ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ସର୍ଭେରୁ ଜଣାପଡ଼୍ିବ । ସୂଚନାଯୋଗ୍ୟ ଯେ କୌଣସି କରୋନା ହସ୍ପିଟାଲର ୱାର୍ଡରୁ ଏପରି ଭିଡ଼ିଓ ପ୍ରସ୍ତୁତ ହେବା ଏହା ଦେଶରେ ପ୍ରଥମ ।
କରୋନା ହାସପାତାଳରେ ଉଭୟ ରୋଗୀ ଓ ଡାକ୍ତର ପରସ୍ପରକୁ ସ୍ୱାନ୍ତନା ଦେବା ସହ ପରସ୍ପରର ମନୋବଳକୁ କିଭଳି ଦୃଢ଼ କରୁଛନ୍ତି ଏହି ଭିଡ଼ିଓରେ ଦେଖିବାକୁ ମିଳିବ । ଅଶ୍ୱିନୀ କୋଭିଡ଼ ହସ୍ପିଟାଲ ଦାୟିତ୍ୱରେ ଥିବା ମୁଖ୍ୟ ଡାକ୍ତର ସମ୍ପଦ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କୋଭିଡ଼୍ ଯୁଦ୍ଧର ଯୋଦ୍ଧା କିଭଳି ଯୁଦ୍ଧ ଲଢ଼ିବାକୁ ନିଜର ସାମର୍ଥ୍ୟ ଯୋଗାଡ଼ କରିଛନ୍ତି ସେ ନେଇ ସମସ୍ତ ତଥ୍ୟ ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ ରୋଗୀଙ୍କୁ ଖାଲି ଚିକିତ୍ସା ନୁହେଁ ବରଂ ସାଧାରଣ ଜୀବନଚର୍ଯ୍ୟାରେ ଆମେ ଯେଭଳି ଗୀତ ଶୁଣୁ ଓ ଅନେକ ଲୋକଙ୍କ ସହ ମୋବାଇଲରେ କଥା ହେଉ ହାସପାତାଳରେ ସେସବୁ ହେଉଥିବା ସେ ସୂଚନା ଦେଇଛନ୍ତି ।
ଦେଖନ୍ତୁ ଏହି ଭିଡ଼ିଓ

LEAVE A REPLY

Please enter your comment!
Please enter your name here