Spread the love

ମୁମ୍ବାଇ : ନିଜକୁ ଷ୍ଟାର ସାମ୍ବାଦିକ ଭାବେ ଦର୍ଶାଉଥିବା ରିପବ୍ଳିକ ଟିଭିର ସଂପାଦକ ଅର୍ଣ୍ଣବ ଗୋସ୍ୱାମୀ ଜଣେ ବ୍ୟବସାୟୀ ଓ ତାଙ୍କ ମାଆଙ୍କୁ ଆତ୍ମହତ୍ୟା କରିବା ଲାଗି ବାଧ୍ୟ କରିବା ଅଭିଯୋଗର ତଦନ୍ତ ମୁମ୍ବାଇ ସି.ଆଇ.ଡ଼ିକୁ ମହାରାଷ୍ଟ୍ର ସରକାର ନିଦେ୍ର୍ଦଶ ଦେଇଛନ୍ତି । ୨୦୧୮ ମସିହାରେ ହୋଇଥିବା ଏହି ଅଭିଯୋଗର ସେତେବେଳେ ରାଇଗଡ଼ ପୋଲିସ ତଦନ୍ତ କରି ଶ୍ରୀ ଗୋସ୍ୱାମୀଙ୍କ ବିରୋଧରେ ପର୍ଯ୍ୟାପ୍ତ ପରିମାଣର ପ୍ରମାଣ ନଥିବା ଦର୍ଶାଇ ମାମଲାକୁ ବନ୍ଦ କରିଦେଇଥିଲେ । ତେବେ ମୃତ ବ୍ୟବସାୟୀଙ୍କ ଝିଅ ଆଦନ୍ୟା ଏ ନେଇ ନୂଆ ଅଭିଯୋଗ କରିବା ପରେ ମହାରାଷ୍ଟ୍ର ଗୃହ ମନ୍ତ୍ରୀ ମନିଲ ଦେଶମୁଖ ଏହି ଘଟଣାର ସି.ଆଇ.ଡ଼ି ତଦନ୍ତ ଲାଗି ନିଦେ୍ର୍ଦଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀ ଗୋସ୍ୱାମୀ ଆଦନ୍ୟାଙ୍କ ଇଣ୍ଟରରିୟର ଡିଜାଇନ କମ୍ପାନୀକୁ ରିପବ୍ଲିକ ଟିଭିର ଠିକା କାମ କରିବାକୁ ଦେଇଥିଲେ । ଆଦନ୍ୟାଙ୍କ କମ୍ପାନୀ ଶ୍ରୀ ଗୋସ୍ୱାମୀଙ୍କ ଠାରୁ ୮୩ ଲକ୍ଷ ଟଙ୍କା ପାଇବାକୁ ଥିବାବେଳେ ସେ ଏହି ଟଙ୍କା ଦେଇ ନଥିବା ଅଭିଯୋଗ ହୋଇଥିଲା । ଟଙ୍କା ନପାଇବାରୁ ଦେବାଳିଆ ଅବସ୍ଥା ହେବାପରେ ଆଦନ୍ୟାଙ୍କ ପିତା ଓ ଜେଜେମା ଆତ୍ମହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here