Spread the love

ନୂଆଦିଲ୍ଲୀ; ଶନିବାର ଦିନ ସିକିମର ନାକୁଲା ଗିରିପଥ ନିକଟରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଛନ୍ତି । ପ୍ରାୟ ୧୫୦ ସୈନ୍ୟ ଏଥିରେ ସାମିଲ ହୋଇଥିଲେ । ଉଭୟ ପକ୍ଷଙ୍କ ମଧ୍ୟରେ ହାତାହାତି ଓ ମୁଥ ମରାମରି ହେବାରୁ ଉଭୟ ପକ୍ଷର କିଛି ସୈନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ତେବେ ସ୍ଥାନୀୟ କମାଣ୍ଡରଙ୍କ ହସ୍ତକ୍ଷେପ ଫଳରେ ମାମଲା ଥଣ୍ଡା ପଡ଼ିଥିଲା । ୨୦୧୭ ଅଗଷ୍ଟରେ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଉଭୟ ପକ୍ଷଙ୍କ ମଧ୍ୟରେ ହାତାହାତି ହୋଇଥିଲା । ସେହିପରି ୨୦୧୭ରେ ଡୋକଲାମ ତ୍ରିଛକି ନିକଟରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ ଓ ଉକ୍ତ ଅଚଳାବସ୍ଥା ୭୩ ଦିନ ଧରି ଚାଲିଥିଲା ।

LEAVE A REPLY

Please enter your comment!
Please enter your name here