Spread the love

ଭୁବନେଶ୍ୱର
ସିବିଏସଇ ସୋମବାର ଦ୍ୱାଦଶ ପରୀକ୍ଷା ଲାଗି କାର୍ଯ୍ୟସୂଚୀ ପ୍ରକଶ କରିଛି । ଏହା ଅନୁଯାୟୀ ଜୁଲାଇ ୧ରୁ ହୋମ ସାଇନ୍ସ ପରୀକ୍ଷା ହେବ । ସକାଳ ୧୦.୩୦ ରୁ ୧.୩୦ ଯାଏଁ ଏହି ପରୀକ୍ଷା ଚାଲିବ । ଏହା ସହିତ ଜୁଲାଇ ୨ରେ ହିନ୍ଦୀ ଇଲେକ୍ଟିଭ ଏବଂ ହିନ୍ଦୀ କୋର ବିଷୟ ପରୀକ୍ଷା ହେବ । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି । ସମସ୍ତ ପରୀକ୍ଷାର୍ଥୀ ସ୍ୱଚ୍ଛ ବଟଲରେ ସାମିଟାଇଜର ଆଣି ପରୀକ୍ଷା କକ୍ଷକୁ ଆସିବେ । ଏହା ସହିତ ସେମାନେ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତ୍ୱ ଅବଲମ୍ବନ କରିବେ । ପରୀକ୍ଷା କକ୍ଷରେ ୧୦ଟାରୁ ୧୦ଟା ୧୫ ଭିତରେ ଖାତା ଦିଆଯିବ ଏବଂ ୧୦ଟା ୧୫ରେ ପ୍ରଶ୍ନପତ୍ର ମିଳିବ । ପରେ ୧୫ ମିନିଟ ଯାଏ ପରୀକ୍ଷାର୍ଥୀ ପ୍ରଶ୍ନ ପଢିପାରିବେ । ପରେ ୧୦ଟା ୩୦ରେ ଉତ୍ତର ଲେଖିବେ ।

LEAVE A REPLY

Please enter your comment!
Please enter your name here