Spread the love

ଆଙ୍କାରା: ସିରିଆର ଆଫରିନ ସହରରେ ବୋମା ବିସ୍ଫୋରଣ ହେବାରୁ ୧ ୧ ଶିଶୁଙ୍କ ସହ ୪୦ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ତୁର୍କୀର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଏଥିପାଇଁ କୁର୍ଦିଶ୍ ‘ୱାଇପିଜି’ ଆତଙ୍କବାଦୀଙ୍କୁ ଦାୟୀ କରାଯାଇଛି । ଆଫରିନ କେନ୍ଦ୍ରସ୍ଥଳରେ ଥିବା ଜନଗହଳି ଅଞ୍ଚଳରେ ବିସ୍ଫୋରଣ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ୪୭ ନାଗରିକ ଆହତ ହୋଇଛନ୍ତି । ଗାଡ଼ିରେ ବସିଥିବା କିଛି ଲୋକ ବିସ୍ଫୋରଣ ଯୋଗୁ ପୋଡ଼ି ହୋଇ ମରିଛନ୍ତି।

LEAVE A REPLY

Please enter your comment!
Please enter your name here