Spread the love
ଲଦାଖ: ଭାରତର ସୀମାରେ ଚୀନର ୧୦ରୁ ଉଦ୍ଧ୍ୱର୍ ଯୁଦ୍ଧ ବିମାନ ଉଡିବା ଘଟଣା ଭାରତର ନିଦ ହଜାଇ ଦେଇଛି । ସୋମବାର ଅପରାହ୍ନ ସୁଦ୍ଧା ୧୦ଟିରୁ ୧୨ଟି ଯୁଦ୍ଧ ବିମାନ ଲଦାଖର ସୀମାଠାରୁ ମାତ୍ର ୩୦ କି.ମି ବ୍ୟବଧାନରେ ଉଡୁଥିବା ଦେଖା ଯାଇଛି । ଚୀନ ସୀମାଠାରୁ ୧୦୦ରୁ ୧୫୦ କି.ମି ମଧ୍ୟରେ ଥିବା ହୋଟନ ଓ ଗର୍ଗୁନସା ଏୟାର ବେସ ରୁ ଏହି ସମସ୍ତ ଯୁଦ୍ଧ ବିମାନ ଉଡାଯାଉଥିବା ଜଣାପଡ଼ିଛି । ଭାରତ ପକ୍ଷରୁ ଏହି ଯୁଦ୍ଧ ବିମାନ ଉପରେ କଡା ନଜର ରଖାଯାଇଥିବା କୁହାଯାଇଛି । ତେବେ ଜେ-୧୧ ଓ ଜେ-୭ ଫାଇଟର ବିମାନ ଚୀନ ଭାରତ ସୀମାରେ ଉଡାଉଥିବା ବେଳେ ଆନ୍ତଃର୍ଜାତୀୟ ନିୟମ ଅନୁଯାୟୀ ଏହା ସୀମାର ୧୦ କି.ମି ଦୂରରେ ଥିବା କୁହାଯାଉଛି । ଚୀନର ଏଭଳି ଘଟଣା ଯୁଦ୍ଧର ପ୍ରାକ ସୂଚନା କିମ୍ବା ପାକିସ୍ଥାନ ସହ ମିଶି ଭାରତ ବିରୋଧରେ ଆଉ କିଛି ଯୋଜନା ଚାଲିଛି ସେ ନେଇ ଭାରତ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here