Spread the love

ଲଦାଖ: ଚୀନ ଏବେ ଭାରତ ବିରୋଧରେ ଯୁଦ୍ଧ କରିବା ଲାଗି ଲଦାଖ ସୀମାରେ ସମର ସଜ୍ଜା ଆରମ୍ଭ କରିଛି । ବିପୁଳ ସଂଖ୍ୟାରେ ସୈନ୍ୟ ମୃତୟନ ସହ ୧୬ ଅତ୍ୟାଧୁନିକ ଟ୍ୟାଙ୍କ ସେଠାରେ ଥିବା ଭାରତୀୟ ସାଟେଲାଇଟ ସୀମାରୁ ନେଇଥିବା ଏକ ଫଟୋରୁ ଜଣାପଡ଼ିଛି । ଚୀନ ଯେଉଁଠାରେ ସୈନ୍ୟ ଠୁଳ କରିଛି ସେଠାରୁ ଭାରତ ଉପରେ ଅତ୍ୟନ୍ତ ସହଜରେ ଆକ୍ରମଣ କରିହେବ ବୋଲି ପ୍ରତୀରକ୍ଷା ବିଭାଗର ଜଣେ ଉଚ୍ଚ ପଦସ୍ଥ କର୍ମଚାରୀ କହିଛନ୍ତି । ଭାରତ –ଚୀନ ମଧ୍ୟରେ କୂଟନୈତିକ ସ୍ତରରେ ସୀମାରେ ଦେଖାଦେଇଥିବା ଉର୍ତ୍ତେଜନା ହ୍ରାସ ଲାଗି କଥାବାର୍ତ୍ତା ଜାରି ରହିଥିବା ବେଳେ ଚୀନର ସୈନ୍ୟ ମୃତୟନ ଘଟଣାକୁ ଭିନ୍ନ ରୂପ ଦେଇଛି । ଲଦାଖ ସୀମାର ଗଲୱାନ ପର୍ବତମାଳାରେ ଏହି ସୈନ୍ୟ ସମାବେଶ କରାଯାଇଥିବା ବେଳେ ସେମାନେ ସମସ୍ତେ ଅତ୍ୟାଧୁନୀକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here