Spread the love

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ସୁକତେଲ ନଦୀ ଉପରେ ହୋଇଥିବ। ବ୍ରିଜ ଭୁଶୁଡିବା ଘଟଣାରେ ଗ୍ରାମ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନଙ୍କୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ମିଳିଛି । ଏହା ସହିତ ତାଙ୍କ ସ୍ଥାନରେ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସୂଚନାଯୋଗ୍ୟ ଯେ ଏପ୍ରିଲ ୨୯ ତାରିଖରେ ଏହି ବ୍ରିଜ ଭୁଶୁଡିବା ଯୋଗୁଁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ୧୮୨ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ବ୍ରିଜ ନିର୍ମାଣ ନିମନ୍ତେ ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ଏହା ନିର୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିବା ଯୋଗୁଁ ଠିକା ସଂସ୍ଥାକୁ ରାଜ୍ୟ ସରକାର ପୁରସ୍କୁତ କରିଥିଲେ । ତେବେ ଏହାର ନିର୍ମାଣରେ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here