Spread the love

ଭୁବନେଶ୍ୱର: ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରେ ୩ ନୂଆ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୩୫ ସୁସ୍ଥ ହୋଇସାରିଥିଲା ବେଳେ ଜଣଙ୍କେ ମୃତୁ୍ୟ ହୋଇଛି ।ରବିବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାରୁ ୩ କରୋ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ ଜିଲ୍ଲା ପୂର୍ବରୁ ତିନି ଆକ୍ରାନ୍ତ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ଆଜି ଆଉ ୩ କୋଭିଡ -୧୯ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜିଲ୍ଲାର ୪ ଓ ୫ ନମ୍ବର ଆକ୍ରାନ୍ତ ବିଶ୍ରା ବ୍ଲକ ଅନ୍ତର୍ଗତ ଗୁଡଗୁଡଜୋର ବାସିନ୍ଦା। ସେହିପରି ୬ ନମ୍ବର ଆକ୍ରାନ୍ତ ରାଉରକେଲା ମହାନଗର ନିଗମ ଅଞ୍ଚଳ ଅନ୍ତର୍ଗତ ନାଲା ରୋଡର ବାସିନ୍ଦା। ୪ ନମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ୬୭ ବର୍ଷିୟ ମହିଳା ଓ ୫ ନମ୍ବର ଆକ୍ରାନ୍ତ ୨୩ ବର୍ଷିୟ ଯୁବକ। ସେହିପରି ୬ ନମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ୬୦ ବର୍ଷିୟ ପୁରୁଷ ବ୍ୟକ୍ତି। ତାଙ୍କର ବର୍ତ୍ତମାନ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା କୋଭିଡ ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଚତୁର୍ଥ ଓ ପଞ୍ଚମ ଆକ୍ରାନ୍ତଙ୍କ ସୂଚନା ମିଳିବା ପରେ ବିଶ୍ରା ଅଞ୍ଚଳରେ ପୂର୍ବ ଘୋଷିତ କଣ୍ଟେନମେଣ୍ଚ ଜୋନ ଅନ୍ୟାଦେଶ ପର୍ୟ୍ୟନ୍ତ ବଳବତ୍ତର ରଖାଯାଇଛି। ସେହିପରି ଷଷ୍ଠ ପଜିଟିଭ ଆକ୍ରାନ୍ତ ନାଲା ରୋଡର ବାସିନ୍ଦା ହୋଇଥିବାରୁ ନାଲା ରୋଡ୍ ଅଞ୍ଚଳ ତତ୍ ସଂଲଗ୍ନ ଅଞ୍ଚଳକୁ ଆଜି ତାରିଖରୁ ଅନ୍ୟାଦେଶ ପର୍ୟ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ରାଉରକେଲା ମହାନଗର ନିଗମ କମିସନରଙ୍କ ଆଦେଶ କ୍ରମେ ରାଉରକେଲା ସହରର ଜନତା ନିବାସ ଲେନ ପଏଣ୍ଚ ଠାରୁ ମହତାବ ରୋଡ ପଏଣ୍ଟ, ମେନ ରୋଡର ମଧ୍ୟଭାଗ, ଯାହାକି ଜନତା ନିବାସ ଲେନ ଏବଂ ଅନ୍ୟ ପଟେ ଏଗ୍ ଓ ଭେଜିଟେବଲ୍ ଲେନ୍ କୁ ସ୍ପର୍ଶ କରୁଥିବା ପଏଣ୍ଟ, ଡେଲି ମାର୍କେଟର ଏଗ୍ ଓ ଭେଜିଟେବଲ୍ ଲେନ୍ ପଏଣ୍ଟ ଠାରୁ ରେଲୱେ ଲାଇନ୍ ବାଉଣ୍ଡେରୀ, ଆନନ୍ଦ ଭବନ ଲେନ୍ ଠାରୁ ରିଙ୍ଗ ରୋଡ୍ ସ୍ପର୍ଶ କରୁଥିବା ପଏଣ୍ଟ, ଆନନ୍ଦ ଭବନ ଲେନ୍ ଠାରୁ ବିଗ୍ ବଜାର ସ୍ପର୍ଶ କରୁଥିବା ମିଡିଲ୍ ପଏଣ୍ଟ, ନେତାଜୀ ମାର୍ଗ ଦେଇ ରେଲୱେ ଲାଇନ୍ ସ୍ପର୍ଶ କରୁଥିବା ବିଗ ବଜାର ପାର୍ଶ୍ୱ ଲେନକୁ କଣ୍ଚେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। କଣ୍ଚେନମେଣ୍ଟ ଜୋନରେ ଏହି ସମୟରେ ବ୍ୟକ୍ତିଗତ ଯାତାୟତ, ଯାନବାହାନ ଚଳାଚଳ, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ତଥା ଅନୁଷ୍ଠାନ ସଂପୂର୍ଣ୍ଣ ବନ୍ଦ ରହିବ। ଏହି ସମୟରେ ପ୍ରଶାସନ ତରଫରୁ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ଲାଗି ଯୋଜନା କରାଯାଇଛି। ବଫର ଜୋନରେ କେବଳ ରାସନ ସାମଗ୍ରୀର ହୋଲ୍ ସେଲ୍ ଦୋକାନ ହିଁ ଖୋଲିପାରିବ ବୋଲି ଜଣାପଡ଼ିଛି।ସଂପୃକ୍ତ ଅଞ୍ଚଳରେ ନିୟମିତ ଭାବେ ଡାକ୍ତରୀ ଦଳ ପକ୍ଷରୁ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ଲାଗି ପଦକ୍ଷେପ ନିଆଯାଉଛି।

LEAVE A REPLY

Please enter your comment!
Please enter your name here