Air India. (File Photo: IANS)
Spread the love

ନୂଆଦିଲ୍ଲୀ
ଭାରତୀୟଙ୍କୁ ବିଦେଶରୁ ଆଣିବା ଲାଗି ପରିଚାଳନା ହେଉଥିବା ବିମାନର ମଝି ସିଟ ଖାଲି ରଖିବା ପାଇଁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜୁନ ୬ ପର ଠାରୁ ଏହି ନିୟମ ପ।।ଳନ ହେବ ବୋଲି କହିଛନ୍ତି । କାରଣ ଏହି ତାରିଖ ଯାଏଁ ବିମାନର ସିଟ ବୁକିଂ ହୋଇସାରିଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ବମ୍ବେ ହାଇକୋର୍ଟ ମଧ୍ୟ ସମାନ ନିର୍ଦ୍ଦେଶ ଦେଇଥିଲେ । ତେବେ କେନ୍ଦ୍ର ସରକାର ଏବଂ ଏୟାର ଇଣ୍ଡିଆ ବମ୍ବେ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ଅପରପକ୍ଷେ ଦୁଇମାସ ପରେ ଦେଶରେ ଘରୋଇ ବିମାନ ସେବା ସୋମବାର ଆରମ୍ଭ ହୋଇଛି । ଆଜି ପ୍ରାତଃ ୪.୪୫ ସମୟରେ ଦିଲ୍ଲୀରୁ ପୁନେକୁ ପ୍ରଥମ ବିମାନ ଉଡାଣ କରିଛି । ଏଥିରେ ବେସମାରିକ ବିମାନ ଚଳାଚଳ କର୍ତ୍ତୁପକ୍ଷଙ୍କ ଦ୍ୱାର ଜାରି ସମସ୍ତ ନିର୍ଦ୍ଦେଶ ପାଳନ କରାଯାଇଥିଲା । ତେବେ ଆଜି ୮୨ଟି ଫ୍ଲାଇଟର ଉଡାଣ ଏବଂ ଅବତରଣକୁ ବାତିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here