Spread the love

ନୂଆଦିଲ୍ଲୀ: କୋଭିଡ଼-୧୯ କଟକଣା କାରଣରୁ କେବଳ ଜରୁରୀ ମାମଲାର ଭିଡ଼ିଓ କନଫରେନ୍ସିଂ ଦ୍ୱାରା ଶୁଣାଣୀ କରୁଥିବା ସୁପ୍ରିମକୋର୍ଟର ଗ୍ରାଷ୍ମ ଅବକାଶକୁ ୫ ସପ୍ତାହ ପାଇଁ ବାତିଲ କରାଯାଇଛି । ଫଳରେ ସର୍ବୋଚ୍ଚ ଅଦାଲତ ମଇ ୧୮ରୁ ଜୁନ ୧୯ ପର୍ଯ୍ୟନ୍ତ ଯଥାରୀତି କାର୍ଯ୍ୟ କରିବ ବୋଲି ଶୁକ୍ରବାର ନିଷ୍ପତ୍ତି ନିଆଯାଇଛି । ୨୦୧୯ ଅକ୍ଟୋବର ୧୯ ବିଜ୍ଞପ୍ତି ଅନୁଯାୟୀ ସୁପ୍ରିମକୋର୍ଟର ଗ୍ରୀଷ୍ମ ଅବକାଶ ମଇ ୧୮ରୁ ଆରମ୍ଭ ହୋଇ ଜୁଲାଇ ୫ରେ ଶେଷ ହୋଇ ଜୁଲାଇ ୬ରୁ କାର୍ଯ୍ୟ ଆରମ୍ଭ ହୋଇଥାନ୍ତା । ଏହି ସମୟ ମଧ୍ୟରେ ବିଜ୍ଞପିତ ହୋଇଥିବା ଛୁଟି ଦିବସ ଗୁଡ଼ିକ କାର୍ଯ୍ୟକାରୀ ହେବ ।

LEAVE A REPLY

Please enter your comment!
Please enter your name here