Spread the love

ନୂଆଦିଲ୍ଲୀ: ସମ୍ବିଧାନ ସଂଶୋଧନ କରି ଦେଶର ନାମରୁ ଇଣ୍ଡିଆକୁ ବାଦ ଦେବା ପାଇଁ ଦାୟର ଜନସ୍ୱାର୍ଥ ମାମାଲ(ପିଆଇଏଲ)ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଜି ମନା କରିଦେଇଛନ୍ତି । ପ୍ରଧାନ ବିଚାରପତିି(ସିଜେଆଇ)ଏସଏ ବୋବଡେ କହିଛନ୍ତିି ଯେ ସୁପ୍ରିମକୋର୍ଟ ଏ ନେଇ କିଛି କରିପାରିବେ ନାହିଁ । ସମ୍ବିଧାନରେ ପୂର୍ବରୁ ଦେଶର ନାମ ଭାରତ ରହିିଛି । ଏ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିବାକୁ କୋର୍ଟ ପିଟିସନକାରୀଙ୍କୁ କହିଛନ୍ତି । ଏହି ପିଆଇଏଲରେ ସମ୍ବିଧାନର ଧାରା ୧କୁ ସଂଶୋଧନ କରି ଦେଶର ନାମରୁ ଇଣ୍ଡିଆକୁ ବାଦ ଦେଇ କେବଳ ଭାରତ ରଖିବାକୁ ଦାବି କରାଯାଇଥିଲା । ଦିଲ୍ଲୀର ପିଟିସନକାରୀ ଓକିଲ ଅଶ୍ୱିନ ବୈଶ୍ୟ ଦାବି କରିଛନ୍ତି ଯେ ଏହି ସଂଶୋଧନ ଉପନିବେଶବାଦର ଇତିହାସକୁ ଭୁଲିବାରେ ଲୋକଙ୍କୁ ସାହାଯ୍ୟ କରିବ । ସମ୍ବିଧାନରୁ ଇଂରାଜୀ ନାମ ହଟାଇବା ଦ୍ୱାରା ଜାତୀୟତାକୁ ନେଇ ଆମର ଗର୍ବର ଭାବନା ସୃଷ୍ଟି ହେବ ଏବଂ ବିଶେଷ କରି ଏହା ଆମ ପର ପିଢି ପାଇଁ ଅଧିକ ଉପଯୋଗୀ ହେବ । ପ୍ରକୃତରେ ଇଣ୍ଡିଆ ବଦଳରେ ଭାରତ ରହିଲେ ଆମ ପୂର୍ବପୁରୁଷଙ୍କ ଦ୍ୱାରା ଲଢା ଯାଇଥିବା ସଂଘର୍ଷପୂର୍ଣ ସ୍ୱାଧୀନତା ସଂଗ୍ରାମକୁ ଯଥାର୍ଥ ବୋଲି ପ୍ରତିପାଦିତ କରିବ । ପିଟିସନରେ ଚିଠା ସମ୍ବିଧାନର ଧାରା ୧ ଉପରେ ୧୯୪୮ ମସିହାରେ ବିଧାନସଭାରେ ହୋଇଥିବା ଆଲୋଚନା ବିଷୟେ ଉଲ୍ଲେଖ କରି କୁହାଯାଇଛି ଯେ ସେତେବେଳେ ଦେଶର ନାମ ଭାରତ କିମ୍ବା ହିନ୍ଦୁସ୍ଥାନ ରଖିବା ଲାଗି ଜୋରଦାର ଦାବି ହୋଇଥିଲା ।

LEAVE A REPLY

Please enter your comment!
Please enter your name here