Spread the love

ଭୁବନେଶ୍ୱର : ମଙ୍ଗଳବାର ସକାଳୁ ରାଜ୍ୟରେ ଆଉ ୭୯ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ତେବେ ସୁବର୍ଣ୍ଣପୁରରେ ପ୍ରଥମ ଥର ଲାଗି ଜଣେ ରୋଗୀ ଚିହ୍ନଟ ହେବାପରେ ଏବେ କରୋନା ରାଜ୍ୟର ୨୯ ଜିଲ୍ଲାରେ ତା’ର କାୟା ବିସ୍ତାର କରିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି ।
୭୯ ଜଣ ନୂଆ ଚିହ୍ନଟ ରୋଗୀଙ୍କ ମଧ୍ୟରୁ କଟକରେ ୧୬ଜଣ , କେନ୍ଦୁଝରରେ ୭,କେନ୍ଦ୍ରାପଡ଼ାରେ ୬, ଯାଜପୁରରେ ୨, ସୁବର୍ଣ୍ଣପୁର, ଅନୁଗୁଳ ଓ ଝାରସୁଗୁଡା ଜିଲ୍ଲାରେ ଜଣେ ଲେଖାଏଁ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଛାଡ଼ିଦେଲେ ବାକି ସମସ୍ତେ ସଂଙ୍ଗରୋଧ କେନ୍ଦ୍ରରେ ରହିଥିଲେ ବୋଲି ସ୍ୱସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here