Spread the love

ଭୁବନେଶ୍ୱର: ଆଜି ରାଜ୍ୟର ଆଉ ୧୧୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସ୍ୱାବ ନମୂନା ନେଗେଟିଭ ଆସିବ ପରେ ସେମାନଙ୍କୁ ମେଡିକାଲରୁ ଛାଡ କରାଯାଇଛି । ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ୩୩, ବଲାଙ୍ଗିରର ୧୬, ଯାଜପୁର ୧୧, ସୁନ୍ଦରଗଡର ୧୦, ଜଗତସିଂହପୁର ୮, ଗଞ୍ଜାମ ଏବଂ ଖୋର୍ଦ୍ଧାରୁ ୭ ଜଣ ଲେଖାଏଁ, ସୋନପୁର ଏବଂ କଟକରୁ ୪ ଜଣ ଲେଖାଏଁ, ପୁରୀ,ବାଲେଶ୍ଵର ଏବଂ ସମ୍ବଲପୁରର ୩ ଜଣ ଲେଖାଏଁ, ନୟାଗଡର ୨ ଏବଂ ମୟୁରଭଞ୍ଜର ଜଣେ ସାମିଲ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟର ୧୭୧୬ ଜଣ ରୋଗୀ ସୁସ୍ଥ ହେଲେଣି । ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here