Spread the love

ଭୁବନେଶ୍ୱର
ରାଜ୍ୟର ଆଉ ୨୭ କରୋନା ରୋଗୀ ବୁଧବାର ସୁସ୍ଥ ହୋଇଛନ୍ତି । କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରିଦିଆଯାଇଛି । ଏମାନଙ୍କ ମଧ୍ୟରେ ବାଲେଶ୍ୱରର ୯, ଭୁବନେଶ୍ୱରର ୮, ଭଦ୍ରକର ୪, ଗଞ୍ଜାମ ଓ ସୁ୍‌ନ୍ଦରଗଡର ୨ ଜଣ ଲେଖାଏଁ ଏବଂ କେନ୍ଦୁଝର ଓ କୋରାପୁଟରେ ଜଣେ ଲେଖାଏଁ ସାମିଲ ଅଛନ୍ତି । ଏହା ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ରୋଗାଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଯାଇଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ପୂର୍ବରୁ ବୁଧବାର ୧୦୧ କରୋନା ରୋଗୀ ଚିହ୍ନଟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here