Spread the love

ଭୁବନେଶ୍ୱର
ରାଜ୍ୟରେ ଆଜି ଆଉ ୯୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଯାଜପୁରର ୧୬,ଖୋର୍ଧାର ୧୩, କେନ୍ଦ୍ରାପଡାର ୧୧, ଗଞ୍ଜାମର ୯, ଦେଓଗଡର ୮, କଟକ ଏବଂ ଜଗତସିଂହପୁରର ୭ ଲେଖାଏଁ, ବାଲେଶ୍ୱର, ବରଗଡ ଏବଂ ବଲାଙ୍ଗୀରର ୬ ଜଣ ଲେଖାଏଁ,କେନ୍ଦୁଝରର ୪, ନୟାଗଡର ୩,କୋରାପୁଟ, ସମ୍ବଲପୁର ଏବଂ ସୁନ୍ଦରଗଡର ଜଣେ ଲେଖାଏଁ ଭଳ ହୋଇଛନ୍ତି । କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ମେଡିକାଲରୁ ଛାଡ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ୧୯୯୩ ଜଣ ସୁସ୍ଥ ହେଲେଣି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here