Spread the love

ମୁମ୍ବାଇ: କେନ୍ଦ୍ର ସରକାରଙ୍କ ଲକଡାଉନ ୩-୦ ଘୋଷଣା ହେବା ଓ ସୋମବାର ବଜାର ଖୋଲିବା ପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ବେଞ୍ଚମାର୍କ ସୂଚକାଙ୍କ ୨୦୦୨ ପଏଣ୍ଟ ହ୍ରାସ ପାଇ ୩୧,୭୧୫ରେ ପହଞ୍ଚିଛି । ନିବେଶକ ମାନେ ବ୍ୟାଙ୍କ ଓ ଧାତବ କ୍ଷେତ୍ର ସେୟାରକୁ ବିକିବା ଫଳରେ ଏପରି ଅବସ୍ଥା ସୃଷ୍ଟି ହୋଇଛି । ସେହିପରି ଜାତୀୟ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ) ମୂଲ୍ୟ ମଧ୍ୟ ୫୬୮ ପଏଣ୍ଟ ହ୍ରାସ ପାଇ ୯୨୯୩ରେ ପହଞ୍ଚିଛି । ଆଇସିଆଇସିଆଇ, ଏଚଡିଏଫସି, ବଜାଜ ଫାଇନାନ୍ସ, ଇଣ୍ଡସଇଣ୍ଡ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଟାଟା ଷ୍ଟିଲ, ମାରୁତି କ୍ଷତିର ସମ୍ମୁଖିନ ହୋଇଥିଲା ବେଳେ କେବଳ ଭାରତୀ ଏୟାରଟେଲ ଓ ସନ ଫାର୍ମାର ସେୟାର ମୂଲ୍ୟ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here