Spread the love

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାରର ମାନସ ପ୍ରକଳ୍ପ କୁହାଯାଉଥିବା ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପର କାର୍ଯ୍ୟ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ଗୁରୁବାର ଏହି ପୁନର୍ବିକାଶ ଯୋଜନାରେ ବ୍ୟବହାର ନିମନ୍ତେ ଜମିର କିସମ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିପକ୍ଷରେ ଆଗତ ପିଟିସନ୍ର ଶୁଣାଣି କରି ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । କେନ୍ଦ୍ର ସରକାରଙ୍କ ବୃହତ୍ତର ‘ସେଣ୍ଟ୍ରାଲ୍ ଭିସ୍ତା ପ୍ରକଳ୍ପ’ରେ ରହିଛି ପାର୍ଲାମେଣ୍ଟ୍ ଅଟ୍ଟାଳିକାର ନବୀକରଣ। ଏଥିସହ ନୂଆ ସଂସଦ ଭବନ, ମନ୍ତ୍ରୀମାନଙ୍କ ପାଇଁ ନୂଆ କେନ୍ଦ୍ରୀୟ ସଚିବାଳୟ , ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ନିମନ୍ତେ ନୂଆ ବାସଭବନ ଆଦି ଏହି ପ୍ରକଳ୍ପରେ ସାମିଲ କରାଯାଇଛି। ଗତ ଡିସେମ୍ବରରେ ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ ସାଉଥ୍ ବ୍ଲକ୍ ନିକଟସ୍ଥ ଡେଲ୍ହାଉସି ରୋଡ୍ ଠାରେ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ୧୫ ଏକର ପ୍ଲଟକୁ ଆବାସିକ ପ୍ଲଟ୍ ଭାବେ ପରିବର୍ତ୍ତନ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରସ୍ତାବିତ ବାସଭବନ ନିର୍ମାଣ କରାଯିବ। ଦେଶ କରୋନା ଭାଇରସ୍ ବିରୋଧରେ ସଂଗ୍ରାମ ଚଳାଇଥିବା ବେଳେ କେନ୍ଦ୍ରର ଏପରି ନିଷ୍ପତ୍ତିକୁ ବିରୋଧୀ ଦଳ ସମାଲୋଚନା କରିଛନ୍ତି।

LEAVE A REPLY

Please enter your comment!
Please enter your name here