Spread the love

ଭୁବନେଶ୍ୱର: ମେ ୪ତାରିଖରୁ ଆରମ୍ଭ ହେଉଥିବା ତୃତୀୟ ପର୍ଯ୍ୟାୟ ଲକଡାଉନ ପାଇଁ ସରକାରଙ୍କ ପକ୍ଷରୁ ସବୁ ଜୋନରେ କଣ୍ଟେନମେଣ୍ଟ ଅଞ୍ଚଳକୁ ବାଦ ଦେଇ ସେଲୁନ ଓ ସ୍ପାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ଗ୍ରୀନ ଜୋନରେ ଯାତ୍ରୀବାହୀ ବସ, ମଦ ଓ ପାନ ଦୋକାନକୁ ଅନୁମତି ଦିଆଯାଇଛି ।
ଲକଡାଉନ ଅବଧିରେ ବିମାନ ,ଟ୍ରେନ ସେବା ବନ୍ଦ ରହିବ ବୋଲି କୁହାଯାଇଥିବା ବେଳେ ଗ୍ରୀନ୍ ଜୋନରେ କଟକଣା କୋହଳ କରାଯାଇଛି ଜ୍ଝ ଗ୍ରୀନ ଜୋନରେ ଡାକ୍ତରଖାନାଗୁଡ଼ିକର ଓପିଡି ଖୋଲିବା ଲାଗି ଅନୁମତି ଦିଆଯାଇଛି। ଏହି ଜୋନ ଅଧୀନରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚାଲିପାରିବ ବୋଲି କୁହାଯାଇଛି ଜ୍ଝ ବିନା ପାସରେ ମାଲବାହୀ ଗାଡ଼ି ଚଳାଚଳ କରିପାରିବ। ଗ୍ରୀନ୍ ଏବଂ ଅରେଞ୍ଜ ଜୋନରେ ଇ-ବାଣିଜ୍ୟକୁ ଅନୁମୋଦନ କରାଯାଇଛି ଜ୍ଝ ଏହି ଜୋନ୍ ଗୁଡିକରେ ଅତ୍ୟାବଶ୍ୟକ ହୋଇ ନ ଥିବା ଜିନିଷଗୁଡିକର ମଧ୍ୟ ବିତରଣ କରାଯାଇପାରିବ ଜ୍ଝ ସେହିପରି ଗ୍ରୀନ ଜୋନରେ ଏଣିକି ମଦ ଦୋକାନ ସହ ପାନ ଦୋକାନ ମଧ୍ୟ ଖୋଲା ରହିବ ଜ୍ଝ ତେବେ ଦୋକାନରେ ଗ୍ରାହକମାନେ ପରସ୍ପର ଠାରୁ ଅତିକମରେ ୬ ଫୁଟ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି ଜ୍ଝ ସେହିପରି ଦୋକାନରେ ଏକା ସମୟରେ ୫ ଜଣ ଯେଭଳି ନ ରହିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ପଡିବ ଜ୍ଝ ଦୁଇ ଚକିଆ ଯାନରେ ଦୁଇଜଣ ଓ ଚାରିଚକିଆ ଯାନରେ ୩ଜଣ ଯାଇପାରିବେ ।
ଗ୍ରୀନ ଜୋନରେ ପୂର୍ବ ପରି ଶିକ୍ଷାନୁଷ୍ଠାନ, ସିନେମା ହଲ୍,ଜିମ୍, ହଷ୍ଟେଲ ବନ୍ଦ ରହିବ। ସମସ୍ତ ସାମଜିକ, ସାଂସ୍କୃତିକ ଓ ଧାର୍ମିକ ସମାରୋହ ଉପରେ କଟକଣା ଜାରି ରହିବ। ଧର୍ମାନୁଷ୍ଠାନରେ ପ୍ରବେଶ ନିଷେଧ ବଳବତ୍ତର ରହିବ। କାର୍ୟ୍ୟାଳୟ ଏବଂ କାରଖାନାଗୁଡ଼ିକୁ ସର୍ତ୍ତମୂଳକ କାର୍ୟ୍ୟ ଅନୁମତି ଦିଆଯାଇଛି ଜ୍ଝ କାର୍ୟ୍ୟାଳୟ ଏବଂ କାରଖାନାଗୁଡ଼ିକରେ ସାମାଜିକ ଦୂରତାକୁ ମାନିବାକୁ ପଡିବ ଜ୍ଝ ଏହା ବ୍ୟତୀତ କାର୍ୟ୍ୟକ୍ଷେତ୍ରକୁ ସମୟ ସମୟରେ ବିଶୋଧିତ କରିବାକୁ ପଡିବ। ଯେଉଁ ଜିଲ୍ଲାରେ ୨୧ ଦିନ ଧରି କରୋନା ଭାଇରସ ସଂକ୍ରମଣର ଗୋଟିଏ ବି ଘଟଣା ହୋଇନାହିଁ, ସେଗୁଡ଼ିକୁ ସବୁଜ ଜୋନ ଭାବେ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here