Spread the love

ଭୁବନେଶ୍ୱର: କରୋନା ଜନିତ କଟକଣା ଯୋଗୁ ଗ୍ରୀନ ଜୋନରେ ଘରୋଇ ଚଳାଚଳ କରିବା ସମ୍ଭବପର ନୁହେଁ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ରବିବାରସଂଘର ବୈଠକ ବସିଥିଲା ଜ୍ଝ ଏହି ବୈଠକରେ ସୋମବାର ଗ୍ରୀନ ଜୋନ ଓ ଅରେଞ୍ଜ ଜୋନରେ ବସ ଚାଲିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ଜ୍ଝ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ସମ୍ଭବ ନୁହଁ ବୋଲି ଘରୋଇ ବସ୍ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ନିଆଯାଇଛି ଜ୍ଝ ନିଷ୍ପତ୍ତି ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ଗ୍ରୀନ ଜୋନ ଓ ଅରେଞ୍ଜ ଜୋନ ମଧ୍ୟରେ ରେଡ ଜୋନ ଜିଲ୍ଲା ଆସୁଥିବାରୁ ବସ ଚାଲିପାରିବ ନାହିଁ ଜ୍ଝ ରାଜ୍ୟ ଘରୋଇ ବସ୍ ମାଲିକ୍ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ଯେ ସରକାରଙ୍କ ନୂଆ ନିୟମ ଅନୁସାରେ ବସ୍ ରୁଟ୍ ଚଳାଚଳ ନେଇ ସମସ୍ୟା ସୃଷ୍ଟି ହେବ। ୫୦ ସିଟ୍ ବିଶିଷ୍ଟ ଗୋଟିଏ ବସ୍ରେ ୨୫ଜଣ ଯାତ୍ରୀଙ୍କୁ ନେବାର ନିୟମ ରହିଛି। ତେବେ ଯେଉଁ ରୁଟ୍ରେ ଏହି ବସ୍ଟି ଯିବ ସେସବୁ ଅଞ୍ଚଳରେ ଅପେକ୍ଷାରତ ଯାତ୍ରୀମାନେ ବସ୍ରେ ଯିବା ପାଇଁ ଚାହିଁବେ। ଏହାକୁ ବିରୋଧ କଲେ ସେଠାରେ ଗଣ୍ଡଗୋଳ ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ଥାନୀୟ ଲୋକଙ୍କ ଚାପରେ ଅଧିକ ସଂଖ୍ୟାରେ ଯାତ୍ରୀ ଆଣିଲେ ଚେକିଂ ସମୟରେ ଧରାପଡ଼ିବା ସହିତ ଜରିମାନା ମଧ୍ୟ ଭରିବାକୁ ହେବ। ମାତ୍ର ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଇବା ସମ୍ଭବ ନୁହେଁ ବୋଲି କହିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଏତିକି ଯାତ୍ରୀରେ ବସ୍ର ତେଲ ଖର୍ଚ୍ଚ ଉଠିବନି ବୋଲି ସଂଘ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here