Spread the love

ଭୁବନେଶ୍ୱର: ଆସନ୍ତା ସୋମବାର ଠାରୁ ସାଧାରଣ ଯାତ୍ରିଙ୍କ ପାଇଁ ଓ.ଏସ୍.ଆର୍.ଟି.ସି. ବସ୍ ଚଳାଚଳ ଆରମ୍ଭ କରିବ । ୬୬ଟି ରୁଟ୍ ରେ ମୋଟ ୯୬ଟି ବସ୍ ପ୍ରଥମ ପର୍ଯ୍ୟାୟରେ ଚାଲିବ । ଏହି ବସ୍ ୨୨ଟି ସହରକୁ ଯୋଡିବ ବୋଲି ଓ.ଏସ.ଆର୍.ଟି.ସି. ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅରୁଣ୍ ବୋଥ୍ରା କହିଛନ୍ତି । ଯାତ୍ରୀମାନେ ବିନା ମାସ୍କ୍ ରେ ବସ୍ ରେ ଯାତ୍ରା କରିପାରିବେ ନାହିଁ, ଏଥିସହ କୌଣସି ଯାତ୍ରୀ ଠିଆହୋଇ ଯାତ୍ରା କରିପାରିବେ ନାହିଁ ବୋଲି ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here