Spread the love

କଟକ
ମହାମାରୀ କରୋନା ଭାଇରସ ସ୍ଥିତିରେ ଘରୋଇ ସ୍କୁଲ ମାନଙ୍କରେ ଅହେତୁକ ଫି ବୃଦ୍ଧିକୁ ନେଇ ଦାଏର ଜନସ୍ୱାର୍ଥ ମାମଲାର ଶୁଣାଣି କରି କେନ୍ଦ୍ର ସରକାର, ସିବିଏସଇ, ଆଇସିଏସଇ, ରାଜ୍ୟ ଗଣଶିକ୍ଷା ସଚିବ ଏବଂ ଅନ୍ୟାନ୍ୟ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ ଏହି ରିଟ ପିଟିସନ ଆଗତ କରିଛନ୍ତି । ସେ ଏଥିରେ ପୂରା ଶିକ୍ଷାବର୍ଷ ଲାଗି ଟ୍ୟୁସନ ଫି ଛାଡ, ୪ ମାସର ସ୍କୁଲ ଫି ଛାଡ, ଆନୁଷଙ୍ଗିକ ଫି ଉଚ୍ଛେଦ ପାଇଁ ଦାବି କରିଛନ୍ତି । କୋର୍ଟ ଏହାର ଶୁଣାଣି କରି ଫି ଦେଇଥିଲେ କିମ୍ବା ନଦେଇଥିଲେ ମଧ୍ୟ ଅଲନାଇନରେ ପାଠପଢା ଜାରି ରଖିବ।।ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇଡି ଓ ପାସୱାର୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here