Spread the love

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବ ସ୍ନାନଯାତ୍ରା ପାଇଁ ସହରରେ ୩୮ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଶ ସିଂହ ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦୁଇଜଣ କମାଣ୍ଡାଣ୍ଟଙ୍କ ସହ ୬ ଏଏସପି, ୧୬ ଡିଏସପି ଓ ୪୪ ଇନିସପେକ୍ଟର ସ୍ନାନଯାତ୍ରା ପାଇଁ ମୁତୟନ ହେବେ । ୨୪ ଘଣ୍ଟିଆ ପ୍ରହରା ବ୍ୟବସ୍ଥା ହୋଇଥିବାରୁ ୪ଟି ସିଫ୍ଟରେ ସୁରକ୍ଷାକର୍ମୀ ମୁତୟନ ହେବେ । ସହରରେ ଲାଗୁ ହୋଇଥିବା ୧୪୪ ଧାରାକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ସିସିଟିଭିରେ ଲୋକଙ୍କ ଚଳପ୍ରଚଳ ନିରୀକ୍ଷଣ କରିବା ସହ ୨୦ଟି ଭିଡ଼ିଓ ଟିମ ମଧ୍ୟ ରେକର୍ଡିଂ ପାଇଁ ନିୟୋଜିତ ହେବେ ବୋଲି ସେ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here