Spread the love

ପୁରୀ
ଆଜି ହେଉଛି ପବତ୍ର ସ୍ନାନ ପୂର୍ଣମୀ । ଆଜିର ଦିନରେ ଦାରୁ ବିଗ୍ରହମାନେ ଜନ୍ମ ହୋଇଥିଲେ । ଏଥିଯୋଗୁ ଆଜି ଶ୍ରୀକ୍ଷେତ୍ରରେ ସୃଷ୍ଟି ହୋଇଛି ଆଧ୍ୟତ୍ମିକତାର ପରିବେଶ । ପହଣ୍ଡି ବିଜେ କରି ଭକ୍ତଙ୍କୁ ଦର୍ଶନ ଦେବା ଲାଗି ସ୍ନାନବେଦୀକୁ ଆସିଛନ୍ତି ଦାରୁବ୍ରହ୍ମ ।ମହାପ୍ରଭୂଙ୍କ ଆଳତୀ ଏବଂ ଅବକାଶ ନୀତି ଶେଷ ହୋଇଛି । କରୋନା କଟକଣା ଯୋଗୁଁ ଚଳିତ ଥର ବିନା ଭକ୍ତରେ ଏବଂ କମ ସେବାୟତରେ ହେଉଛି ମହାପଭୂଙ୍କ ସ୍ନାନ ଯାତ୍ରା ।ଏଥିପାଇଁ ବିଳମ୍ବିତ ରାତିରୁ ନୀତିକାନ୍ତି ଆରମ୍ଭ ହୋଇଥିଲ । ରାତି ୧.୨୫ରେ ମଙ୍ଗଳାର୍ପଣ ଏବଂ ପରେ ୧.୪୦ରେ ପହଣ୍ଡି ଆରମ୍ଭ ହୋଇଥିଲା । ପରେ ୩.୪୦ରେ ମଦନମୋହନ ବିଜେ ଏବଂ ୪.୨୦ରେ ମଙ୍ଗଳ ଆଳତୀ ଅନୁଷ୍ଠିତ ହୋଇଥିଲା । ୪.୩୫ରେ ମଇଲମ ଓ ତଡପଲାଗି ନୀତି, ୪.୫୦ରେ ଅଧର ପୋଛା ନୀତ. ୫.୩୦ରେ ଅବକାଶ, ୫.୪୦ରେ ରୋଷ ହୋମ,୫.୫୫ରେ ମହାପ୍ରଭୂଙ୍କ ବେଶ ଶେଷ ହୋଇ ସ୍ନାନ ମଣ୍ଡପରେ ଜଳବିଜେ ନୀତି ଆରମ୍ଭ ହୋଇଛି । ମହାପ୍ରଭୂ ଶ୍ରୀ ଜଗନ୍ନାଥ ୩୫ ଗରା, ପ୍ରଭୂ ବଳଭଦ୍ର ୩୩, ଦେବୀ ସୁଭଦ୍ରା ୨୨ ଏବଂ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରି ସାରିଛନ୍ତି । ଏବେ ପ୍ରଭୂଙ୍କ ଗଜାନନ ବେଶ ଜାରି ରହିଛି । ପରେ ଅପରାହ୍ନ ୪ଟାରେ ହାତୀବେଶ ଆଭୂଷଣ ଓଲାଗି ହେବ । ପରେ ବାହୁଡା ପହଣ୍ଡି ପ୍ରସ୍ତୁତ ହେବ । ୪.୩୦ରେ ବାହୁଡା ପହଣ୍ଡି ଲାଗି ପୁଷ୍ପାଞ୍ଜଳି ଓ ଡୋରଲାଗି ନୀତି ଶେଷ ହେବ । ପରେ ୫ଟାରୁ ରାତି ୮ଟା ମଧ୍ୟରେଚତୁରର୍ଧାମୂର୍ତ୍ତିଙ୍କ ବାହୁଡା ପରେ ବାହୁଡା ପହଣ୍ଡି ନୀତି ଶେଷ ହେବ । ରାତି ୮.୩୦ରେ ସୁନା ଚିତା ଏବଂ ସୁବର୍ଣ ରାହୁରେଖା ଓଲାଗି ହେବ, ୯ଟାରେ ଅଣସର ତାଟି ବନ୍ଧା ପ୍ରସ୍ତୁତି ଆରମ୍ଭ ହେବ ଏବଂ ରାତି ୧୨ଟା ୩୦ରେ ଖଟୁଲି ଉପରେ ବିଜେ କରିବେ ।

LEAVE A REPLY

Please enter your comment!
Please enter your name here