Spread the love

ପୁରୀ: ସ୍ନାନ ଯାତ୍ରା ପାଇଁ ପୁରୀ ସହରରେ ୪ତାରିଖ ରାତି୧୦ରୁ ୬ତାରିଖ ଦିନ ୨ଟା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବ । ସ୍ନାନ ଯାତ୍ରା ବେଳେ ବଡ଼ଦାଣ୍ଡରେ ଜନ ଗହଳି ରୋକିବା ପାଇଁ ଏପରି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ପରମ୍ପରା ଅନୁଯାୟୀ ସ୍ନାନଯାତ୍ରା ଦିନ ପୁରୀରେ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଥାଏ । ମାତ୍ର ଚଳିତ ବର୍ଷର କରୋନା ଜନିତ କଟକଣା ପାଇଁ ଭକ୍ତଙ୍କ ଭିଡ଼ ରୋକିବା ପ୍ରଶାସନ ପାଇଁ ମୁଖ୍ୟ ଦାୟିତ୍ୱ ହୋଇଛି । ପୂର୍ବରୁ ସୀମିତ ସେବକ ନେଇ ସ୍ନାନଯାତ୍ରା ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଥିଲା ।

LEAVE A REPLY

Please enter your comment!
Please enter your name here