Spread the love

ଚେନ୍ନାଇ : ତାମିଲନାଡୁର ଜଣେ ଚାଷୀଙ୍କ ପୁତ୍ର ଅନ୍ ଲାଇନ୍ ପାଠପଢା ପାଇଁ ଏକ ସ୍ମାର୍ଟଫୋନ ନ ପାଇବାରୁ ଆତ୍ମହତ୍ୟା କରିଛନ୍ତି । ସଂପୃକ୍ତ ଛାତ୍ର ଜଣକ ୧୦ମ ଶ୍ରେଣୀରେ ପଢୁଥିଲେ । ଏହି ୧୪ ବର୍ଷୀୟ ବଙ୍କଳ ଜଣକ ପନରୁତି ସହର ଠାରୁ କିଛି ଦୂରରେ ଥିବା ବେଲାର ହାଇସ୍କୁଲରେ ଅଧ୍ୟୟନରତ ଥିଲେ । ସଂପୃକ୍ତ ଛାତ୍ରଙ୍କ ପିତା ବିଜୟ କୁମାରଙ୍କ କହିବା ଅନୁଯାୟୀ ତାଙ୍କ ପୁଅ ୧୦ମ ଶ୍ରେଣୀରେ ପାଠ ପଢୁଥିଲେ । ଲକଡାଉନ ପରଠାରୁ ପାଠପଢା ଅନଲାଇନ ମାଧ୍ୟମରେ ହେଉଥିବାରୁ ପୁଅର ପାଠପଢା ପାଇଁ ଏକ ସ୍ମାର୍ଟଫୋନ ଦରକାର ବୋଲି ପୁଅ କହିଥିଲା ଓ ପତ୍ୟୁତ୍ତରରେ କାଜୁ ବିକ୍ରି ପରେ ସେ ସ୍ମାର୍ଟଫୋନ୍ ଟି ଦେଇପାରିବେ ବୋଲି କହିଥିଲେ । କିନ୍ତୁ ଏଥିରେ ଛାତ୍ର ଜଣକ ଦୁଃଖରେ ଭାଙ୍ଗିପଡି ଶେଷରେ ଆତ୍ମହତ୍ୟା ପନ୍ଥା ବାଛିନେଇଥିଲେ । ସୂଚନା ଯୋଗ୍ୟ ଯେ ଭାରତରେ ଏଭଳି କୋଟି କୋଟି ଗରିବ ଚାଷୀ ଓ ନିମ୍ନମଧ୍ୟବିତ୍ତ ପରିବାର ରହିଥିବା ବେଳେ ସେମାନଙ୍କ ପାଖରେ ଅର୍ଥର ଘୋର ଅଭାବ ଲକ୍ ଡାଉନ ପରଠାରୁ ଦେଖା ଦେଇଛି । କେନ୍ଦ୍ର ଓ କିଛି ରାଜ୍ୟ ସରକାର କିଛି ଗରିବ ଲୋକଙ୍କୁ କେବଳ ରାସନ ଦେଉଥିବାବେଳେ ନିମ୍ନ ମଧ୍ୟବିତ୍ତ କିମ୍ବା ଏଭଳି ଚାଷୀ ପରିବାର ମାନଙ୍କ ପାଇଁ କୌଣସୀ ସରକାରୀ ସାହାଯ୍ୟ ମିଳିପାରୁନାହିଁ । ଛୋଟ ବ୍ୟବସାୟୀ ଏବଂ କୃଷକମାନେ ବର୍ତ୍ତମାନ ସର୍ବାଧିକ କ୍ଷତିଗ୍ରସ୍ତ ହୋଇ ପଡିଥିବା ବେଳେ ଅନଲାଇନ ପାଠପଢା ଆଉ ଏକ କାଳ ସାଜିଛି ।

LEAVE A REPLY

Please enter your comment!
Please enter your name here