Spread the love

ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କ ଘରବାହୁଡ଼ା ପାଇଁ ଚଳାଚଳ କରୁଥିବା ସ୍ୱତନ୍ତ୍ର ଶ୍ରମିକ ଟ୍ରେନର ବ୍ୟୟକୁ ନେଇ ଶାସକ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ସୋମବାର ପ୍ରବାସୀ ଶ୍ରମିକଙ୍କଠାରୁ ଭଡ଼ା ଆଦାୟ କରାଯାଉଛି ବୋଲି ଅଭିଯୋଗ କରି କଂଗ୍ରେସ ଏ ବାବଦ ବ୍ୟୟ ବହନ କରିବାକୁ ପ୍ରସ୍ତାବ ଦେଇଥିଲା । କଂଗ୍ରେସର ଏପରି ଅଭିଯୋଗକୁ ଖଣ୍ଡନ କରି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ରେଳବାଇ ପକ୍ଷରୁ ଭଡ଼ାରେ ଶତକଡ଼ା ୮୫ ପ୍ରତିଶତ ରିହାତି ଦିଆଯାଉଛି । ଏଥିସହ ଶ୍ରମିକଙ୍କୁ ଖାଦ୍ୟ ଓ ପାଣି ବୋତଲ ଦିଆଯାଉଛି । ସାମାଜିକ ଦୁରତ୍ୱ ରକ୍ଷା କରିବା ପାଇଁ ଡବାରେ ବର୍ଥ ଖାଲି ରଖାଯାଉଛି ଓ ଫେରିବା ବେଳେ ଟ୍ରେନ ସମ୍ପୂର୍ଣ୍ଣ ଖାଲି ଫେରୁଛି । ଯେଉଁ ୧୫ ପ୍ରତିିଶତ ଭଡ଼ା ଆଦାୟ କରାଯାଉଛି ତାହା କେବଳ ସଫାସୁତୁରା ବ୍ୟୟ ଭରଣା କରିବା ପାଇଁ କରାଯାଉଛି । ଜଣାପଡ଼ିଛି ଯେ ଏ ଯାବତ ଦେଶରେ ପ୍ରବାସୀ ଶ୍ରମିକଙ୍କ ପାଇଁ ମୋଟ ୩୪ଟି ଟ୍ରେନ ଚଲାଯାଇଛି । ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରୁ ବର୍ତ୍ତମାନ ଟ୍ରେନ ଯାତ୍ରା ଆରମ୍ଭ ହେଉଛି ଓ ଏଥିପାଇଁ ସମ୍ପୃକ୍ତ ରାଜ୍ୟ ସରକାର ବ୍ୟୟ ବହନ କରୁଛନ୍ତି । ଝାଡ଼ଖଣ୍ଡ ସରକାର ନିଜ ରାଜ୍ୟ ଶ୍ରମିକଙ୍କ ବ୍ୟୟ ବହନ କରୁଥିଲା ବେଳେ ପ୍ରବାସୀ ଶ୍ରମିକଙ୍କ ସମସ୍ତ ବ୍ୟୟ ସରକାର ବହନ କରିବେ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗୁଜୁରାଟ ସରକାର ଏହି ବ୍ୟୟ ବହନ କରିବାକୁ ଏନଜିଓଙ୍କ ସହ ଯୋଗାଯୋଗ କରୁଥିଲା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ଭିଡ଼ିଓ ମେସେଜରେ କହିଛନ୍ତି ଯେ ବିହାର ଏଥିପାଇଁ ରେଳବାଇକୁ ଅର୍ଥ ପ୍ରଦାନ କରିଛି ଓ ଶ୍ରମିକ ମାନେ କିଛି ଅର୍ଥ ଦେବା ଆବଶ୍ୟକ ନାହିଁ । କେବଳ ମହାରାଷ୍ଟ୍ର ସରକାର ଏଥିପାଇଁ କିଛି ଅର୍ଥ ଦେଇନାହାନ୍ତି ।

LEAVE A REPLY

Please enter your comment!
Please enter your name here