Spread the love

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ବିଭାଗ ପକ୍ଷରୁ କରୋନା ଚିକିତ୍ସାର ନୂଆ ଗାଇଡ଼ଲାଇନ ଜାରି କରାଯାଇଛି । ଏଣିକି ଚିକିତ୍ସିତ ହେଉଥିବା ରୋଗୀ ଲଗାତାର ୩ ଦିନ ଧରି ଯଦି ଜ୍ୱରରେ ପୀଡ଼ିତ ନୁହନ୍ତି କିମ୍ବା ଲକ୍ଷଣ କମ ଦେଖାଯାଏ ତେବେ ତାଙ୍କୁ ଡାକ୍ତରଖାନାରୁ ଡ଼ିସଚାର୍ଜ କରାଯିବ । ଏଥିସହ ଯଦି କୌଣସି ରୋଗୀ ଭେଣ୍ଟିଲେଟରରେ ଥାନ୍ତି କିମ୍ବା ଭେଣ୍ଟିଲେଟରରୁ ବାହାରିବାର ୩ ଦିନ ଭିତରେ ତାଙ୍କୁ ଜ୍ୱର ନହୁଏ ଓ କୌଣସି ଲକ୍ଷଣ ପ୍ରକାଶ ନପାଏ ତେବେ ତାଙ୍କୁ ମଧ୍ୟ ଘରକୁ ପଠାଯାଇପାରିବ । ସାମନ୍ୟ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଘରକୁ ପଠାଯାଇ ଫୋନ ଯୋଗେ ମେଡ଼ିସିନ ଖାଇବା ଲାଗି ପରାମର୍ଶ ଦିଆଯିବ । ଏହାଛଡ଼ା ଏଣିକି ରୋଗୀଙ୍କର ଦୁଇଥର ପରୀକ୍ଷା କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here