Spread the love

ନୂଆଦିଲ୍ଲୀ
ଦେଶରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ କରୋନା ରୋଗୀଙ୍କ ପାଇଁ ଏକ ଭଲଖବର ଆସିଛି । ଏବେ କରୋନୀଙ୍କ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ସ୍ୱାଇନ ଫ୍ଲୁ ଔଷଧ ରାପଭାବ(ପେରାମିଭିର)କୁ ଅନୁମତି ମିଳିପାରେ । ଏନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)କୁ ଅନୁମୋଦନ ଲାଗି ପଠାଯାଇଛି । ଏହି ଔଷଧକୁ ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନ ମଧ୍ୟ ମଞ୍ଜୁରୀ ଦେଇଛି । ସ୍ୱାଇନ ଫ୍ଲୁ କିମ୍ବା ଆଣ୍ଟିଭାଇରାଲ ରୋଗକୁ ଭଲ କରିବାରେ ରାପଭାବକୁ ବ୍ୟବହାର କରାଯାଇଥାଏ । ଏହାକୁ ଆମେରିକୀୟ କମ୍ପାନୀ ବୟୋକ୍ରିଷ୍ଟ ଫାର୍ମାସ୍ୟିଟିକାଲ ନାମକ କମ୍ପାନୀ ପ୍ରସ୍ତୁତ କରିଥାଏ । ୨୦୦୮ରେ ଏହାର ଟ୍ରାଏଲ ଆରମ୍ଭ ହୋଇଥିଲା ଏବଂ ୨୦୧୪ରେ ମାନ୍ୟତା ମିଳିଥିଲା । ଏହାକୁ ଜାପାନ, ଦ କ୍ଷିଣ କୋରିଆ ଏବଂ ରଷିଆ ମଧ୍ୟ ମାନ୍ୟତା ଦେଇଛି । ଏହାର ସେବନ ଦ୍ୱାରା ପାଶ୍ୱପ୍ରତିକ୍ରିୟା ହେବାର ମଧ୍ୟ ସମ୍ଭାବନା ରହିଛି । ଏହା ସଂକ୍ରମିତ କୋଷିକାରୁ ଭାଇରସକୁ ଅନ୍ୟ କୋଷିକାକୁ ଯିବାକୁ ରୋକିଥାଏ । ଏହା ସହିତ ନୂତନ ସଂକ୍ରମଣକୁ ମଧ୍ୟ ପ୍ରତିରୋଧ କରିଥାଏ । ଏହାକୁ ଖୁବଶୀଘ୍ର ଆଇସିଏମଆରର ଅନୁମୋଦ ମିଳିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here