Spread the love

ଶ୍ରୀନଗର: କୁପୱାରା ଜିଲ୍ଲା ଅନ୍ତର୍ଗତ ହଣ୍ଡୱାରା ଜିଲ୍ଲାରେ ଉଗ୍ରପନ୍ଥୀଙ୍କ ଦ୍ୱାରା ପଣବନ୍ଦୀ ଥିବା ଏକ ପରିବାରର ସମସ୍ତ ସଦସ୍ୟ ଉଦ୍ଧାର ହୋଇଛିନ୍ତି । ଏହି ଅପରେସନରେ ୫ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲା ବେଳେ ଦୁଇ ଉଗ୍ରପନ୍ଥୀ ନିହତ ହୋଇଛନ୍ତି । ଗୁଳିବିନିମୟରେ କର୍ଣ୍ଣେଲ୍ ଆଶୁଦତୋଷ ଶର୍ମା, ମେଜର ଅଞ୍ଜୁ, ଜଣେ ଲାନ୍ସ୍ ନାଏକ, ଜଣେ ରାଇଫଲ୍ମ୍ୟାନ୍ ଏବଂ ପୁଲିସ ସବ୍-ଇନ୍ସପେକ୍ଟର୍ ସକିଲ୍ କାଜି ସହିଦ ହୋଇଛନ୍ତି । ଘଟଣାସ୍ଥଳରୁ ସେମାନଙ୍କର ଶବ ଉଦ୍ଧାର କରାଯାଇଛି। ଭୋର୍ ପ୍ରାୟ ୩: ୩୦ ମିନିଟ୍ରେ ହଣ୍ଡୱାରାର ଚାଞ୍ଜମୁଲ୍ଲା ଠାରେ ହୋଇଥିବା ଏହି ଏନ୍କାଉଣ୍ଟର୍ରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବାକୁ ଘରଘର ବୁଲି ତଲାସ କରାଯାଇଥିଲା। ପ୍ରାଥମିକ ସୂଚନା ଅନୁସାରେ, ଏକ ପଣବନ୍ଦୀ ବା ମୁଣ୍ଡଜାମିନ ଭଳି ପରିସ୍ଥିତି ଏଡ଼ାଇବାକୁ ରାଷ୍ଟ୍ରୀୟ ରାଇଫଲର ଏକ ଦଳ ଜଣେ ସାଧାରଣ ନାଗରିକଙ୍କ ଘରେ ପ୍ରବେଶ କରିଥିଲା ବେଳେ ସେମାନଙ୍କୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସେ ଘରେ ବାସ କରୁଥିବା ସାଧାରଣ ନାଗରିକମାନଙ୍କୁ ନିରାପଦରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here