Spread the love

କଟକ
ବିପଜ୍ଜନକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ପରିଚୟ ପ୍ରଘଟ ନକରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତିି ମହମ୍ମଦ ରଫିକଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏକ ଜନସ୍ୱାର୍ଥ ମାମଲା(ପିଆଇଏଲ)ର ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ଅନୁଯାୟୀ ଯଦି କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ସରକାରୀ କିମ୍ବା ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କିମ୍ବା କ୍ୱାରେଣ୍ଟାଇନ ସେଣ୍ଟରରେ ରହୁୁଛନ୍ତି ତେବେ ସେମାନଙ୍କର ପ୍ରଘଟ କରାଯିବ ନାହିଁ । ଏହା ସହିତ ବିଭାଗର ତଥ୍ୟ ଆଦାନପ୍ରଦାନରେ ମଧ୍ୟ ସେମାନଙ୍କ ନାମ ଗୋପନ ରଖିବାକୁ କହିଛନ୍ତି । ଏହା ବ୍ୟତୀତ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ମଧ୍ୟ କରୋନା ରୋଗୀଙ୍କ ପରିଚୟ ଦେଇପାରିବେ ନାହିଁ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୪ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here