Spread the love

ନୁଆଦିଲ୍ଲୀ: ଆସନ୍ତା ୩୧ରେ ହେବାକୁ ଥିବା ୟୁପିଏସସି ପ୍ରିଲିମନାରୀ ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ୨୦ ତାରିଖ ପରେ ନୂଆ ତାରିଖ ଘୋଷଣା କରାଯିବାର ସମ୍ଭାବନା ଅଛି । ୟୁପିଏସସି ଅଧ୍ୟକ୍ଷ ଅରବିନ୍ଦ ସକ୍ସେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆୟୋଗର ଏକ ବୈଠକରେ ସୋମବାର ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତି ନିଆଯାଇଛି । କେନ୍ଦ୍ର ସରକାର ଦୁଇ ସପ୍ତାହ ପର୍ୟ୍ୟନ୍ତ ଲକଡାଉନର ଅବଧି ବଢାଇବା ପରେ ୟୁପିଏସସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୟୁପିଏସସି ଏହି ସପ୍ତାହରେ ଛାତ୍ର-ଛାତ୍ରୀମାନଙ୍କ ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିବାର ଥିଲା । ସିଭିଲ ସର୍ଭିସ ପ୍ରାଥମିକ ପରୀକ୍ଷା ପାଇଁ ପ୍ରାୟ ୧୦ଲକ୍ଷ ଛାତ୍ର-ଛାତ୍ରୀ ପ୍ରତିବର୍ଷ ପଞ୍ଜୀକୃତ ହୁଅନ୍ତି। ପ୍ରାୟ ୧.୬ଲକ୍ଷ କାର୍ୟ୍ୟକର୍ତ୍ତା ୨,୫୦୦କେନ୍ଦ୍ରରେ ପରୀକ୍ଷା ପରିଚାଳନାରେ ଅଂଶଗ୍ରହଣ କରନ୍ତି ।

LEAVE A REPLY

Please enter your comment!
Please enter your name here