Spread the love

ଭୁବନେଶ୍ୱର
ରାଜ୍ୟରେ ନୂଆ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧୪୩୮ରେ ପହଞ୍ଚି ଯାଇଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁରର ଜଣେ(ସୁରତ ଫେରନ୍ତା), କୋରାପୁଟର ୬(ଆନ୍ଧ୍ରପ୍ରଦେଶ ଫେରନ୍ତା), ଭଦ୍ରକର ୮(୪ ପଶ୍ଚିମବଙ୍ଗ,୨ ଗୁଜରାଟ ଏବଂ ତେଲେଙ୍ଗାନା ଓ ଆନ୍ଧ୍ରରୁ ଜଣେ ଲେଖାଏଁ ଫେରିଛନ୍ତି),ବଲାଙ୍ଗୀରର ୮(ମହରାଷ୍ଟ୍ରରୁ ୫, ଗୁଜରାଟରୁ ୨ ଏବଂ ଜଣେ ଛତିଶଗଡ ଫେରନ୍ତା),ଢେଙ୍କାନାଳରୁ ଜଣେ(ଛତିଶଗଡ ଫେରନ୍ତା), କନ୍ଧମାଳରୁ ଜଣେ(ସୁରତ ଫେରନ୍ତା), ଜଗତସିଂହପୁରରୁ ୧୦(ପଶ୍ଚିମବଙ୍ଗରୁ ୮ ଓ ତାମିଲନାଡୁର ୨ ଜଣ ଫେରିଛନ୍ତି), କେନ୍ଦ୍ରାପଡାର ୧୫(ଫଶ୍ଚିମବଙ୍ଗ ୭,ତେଲେଙ୍ଗାନା ୪,କର୍ଣାଟକରୁ ୨ ଏବଂ ଗୁୁଜରାଟ ଓ ତାମିଲନାଡୁର ଜଣେ ଲେଖାଏଁ ଫେରିଛନ୍ତି),କେନ୍ଦୁଝରର ଜଣେ( ମହାରଷ୍ଟ୍ର ଫେରନ୍ତା) , ମୟୁରଭଞ୍ଜରୁ ଜଣେ (ଆନ୍ଧ୍ର ଫେରନ୍ତା), ଗଜପତିରୁ ୬(ମହାରାଷ୍ଟ୍ର ଫେରନ୍ତା), ବାଲେଶ୍ୱରର ୫(ତାମିଲନାଡୁରୁ ୨, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରରୁ ଜଣେ ଲେଖାଏଁ ଫେରଛନ୍ତି, ଖୋର୍ଧାର ୪( ମାହାରଷ୍ଟ୍ରରୁ ଜଣେ ଓ ଗୁଜରାଟରୁ ୩)ସାମିଲ ଅଛନ୍ତି । ଏମାନେ ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସେହିପରି ଗଞ୍ଜାମରୁ ୪( ଜଣେ କ୍ୱାରେଣ୍ଟାଇନ ସେଣ୍ଟରରୁ ଏବଂ ଆଉ ୨ ସ୍ଥାନୀୟ), ଭୁବନେଶ୍ୱରରୁ ଜଣେ( ସ୍ଥାନୀୟ ଏବଂ ହୋମ କ୍ୱାରେଣ୍ଟାଇନ), ମାଲକାନଗିର ୯( ଆନ୍ଧ୍ରରୁ ୪,ତେଲେଙ୍ଗାନା ଏବଂ ତାମିଲନାଡୁରୁ ୨ ଜଣ ଲେଖାଏଁ,ଜଣେ ସ୍ଥାନୀୟ) ଜଣଙ୍କ ମଧ୍ୟରରୁ ୮ ଜଣଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ, ଦେଓଗଡର ୨୨(ତାମିଲନାଡୁରୁୁ ୧୬,ଆନ୍ଧ୍ରରୁ ୩, ସ୍ଥାନୀୟ ୩) ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ୮୮୧ଟି ମାମଲା ସକ୍ରିୟ ଥିବାବେଳେ ୫୫୦ ଜଣ ସୁସ୍ଥ ହୋଇଛନ୍ତି । ତେବେ ଏଥିରେ ଆକ୍ରାନ୍ତ ହୋଇ ୭ ଜଣ ମୃତ୍ୟୁବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here