Spread the love

ନୂଆଦିଲ୍ଲୀ
ଦେଶରେ କରୋନା ସ୍ଥିତି କମିବାରନ ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ୯୪୩୭୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ମୋଟ ମୃତ୍ୟୁସଂଖ୍ୟା ୭୮୫୮୬ରେ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ଲକ୍ଷ ପାର କରି ୪୭୫୪୩୫୭ରେ ପହଞ୍ଚିଛି । ଏବେ ମୃତ୍ୟୁହାର ୧.୬୬ ପ୍ରତିଶତ ରହିଛି । ସେହିପରି ବର୍ତ୍ତମାନ ୯୭୩୧୭୫ଟି ମାମଲା ସକ୍ରିୟ ରହିଛି । ଏହି ହାର ୨୦.୫୬ ପ୍ରତିଶତ ରହିଛି । ଏହା ବ୍ୟତୀତ ୩୭୦୨୫୯୫ ରୋଗୀ ସୁସ୍ଥ ହୋଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁସ୍ଥତା ହାର ୭୭.୭୭ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୭୮୩୯୯ ରୋଗୀ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here