Spread the love

ଭୁବନେଶ୍ୱର
ରାଜ୍ୟରେ ଆଉ ୧୧୯ ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି । ସ୍ୱାବ ନମୂନା ନେଗେଟିଭ ଆସିବା ପରେ ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରିଦିଆଯାଇଛି । ଏମାନଙ୍କ ମଧ୍ୟରେ ଯାଜପୁରର ୬୦,କଟକର ୧୩, କେନ୍ଦ୍ରପଡାର ୧୨, ଗଜପତିର ୯, ନୟାଗଡର ୬, ସୁନ୍ଦରଗଡର ୫, ବାଲେଶ୍ୱର,ପୁରୀ, ଖୋର୍ଧାରୁ ୩ ଜଣ ଲେଖାଏଁ, ଗଞ୍ଜାମ ଓ ବଲାଙ୍ଗୀରରୁ ୨ ଜଣ ଲେଖାଏଁ ଏବଂ ସମ୍ବଲପୁରର ଜଣେ ସାମିଲ ଅଛନ୍ତି । ଏହା ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୨୪୫ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here