Spread the love

ଭୁବନେଶ୍ୱର
ରାଜ୍ୟରେ ୧୮ ଜିଲ୍ଲାରୁ ପୁଣି ୧୪୧ ଜଣ ଲୋକ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୦ ଜଣଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରୁ ଏବଂ ଅନ୍ୟ ୩୧ ଜଣଙ୍କୁ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରେ ଖୋର୍ଧାର ୨୬, ଗଞ୍ଜାମର ୨୭,ଯାଜପୁରର ୧୦, କେନ୍ଦ୍ରାପଡାର ୧୩, ନୂଆପଡାର ୧୯,ବାଲେଶ୍ୱର ଏବଂ ଢେଙ୍କାନାଳରୁ ୨ ଜଣ ଲେଖାଏଁ, କଟକରୁ ୬,ପୁରୀରୁ ୫,ବଲାଙ୍ଗୀରରୁ ୭,ଜଗତସିଂହପୁର, ଗଜପତି ଏବଂ କେନ୍ଦୁଝରର ୪ ଜଣ ଲେଖାଏଁ, ସୁନ୍ଦରଗଡର ୮,ନୟାଗଡ, ମୟୁରଭଞ୍ଜ, ଅନୁଗୁଳ ଏବଂ ସମ୍ବଲପୁରରୁ ଜଣେ ଲେଖାଏଁ ଚିବ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ସହ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୨୪୫ରେ ପହଞ୍ଚିଯାଇଥିବାବେଳେ ୯୯୧ଟି ମାମଲା ସକ୍ରିୟ ରହିଛି । ସେହିପରି ୧୨୪୫ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ୭ ଜଣ ମୃତ୍ୟୁବରଣ କରଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here